ଭୋପାଳ: ଇନ୍ଦୋର ପୋଲିସ କ୍ରମାଗତ ଭାବରେ ଅନଲାଇନ୍ ବେଟିଂରେ ପାଟ୍ରୋଲିଂ କରୁଛି । ଏହି କ୍ରମରେ ନିକଟରେ ମଉ ପୋଲିସ କିଛି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଯେତେବେଳେ ଅଭିଯୁକ୍ତଙ୍କୁ ପୋଲିସ ପଚରାଉଚରା କରିଥିଲେ ସେତେବେଳେ ଅଭିଯୁକ୍ତଙ୍କ ନିକଟରୁ 1 କୋଟିରୁ ଅଧିକ ଟଙ୍କା ପୋଲିସ ଜବତ କରିଥିଲେ ।
ଏହି ଘଟଣାରେ ଦୁବାଇ କନେକସନ ମଧ୍ୟ ସାମ୍ନାକୁ ଆସିଛି । ବର୍ତ୍ତମାନ ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି । ଏଥିସହ ପୋଲିସ ଘଟଣାରେ ଜଡିତ ମୋଟ 8 ଅଭିଯୁକ୍ତଙ୍କୁ ଗିରଫ କରିଛି । ପୋଲିସର କହିବା ଅନୁଯାୟୀ, ଏହି ଘଟଣାକୁ ନେଇ 13 ଟି ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଉଛି ଏବଂ ଆଗାମୀ ଦିନରେ ଏହି ଘଟଣାରେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବ।