ଓଡିଶା

odisha

ETV Bharat / bharat

ଗୋଦାମରୁ 8 ଲକ୍ଷ ଟଙ୍କାର ପିଆଜ ଲୁଟ - ଖାଉଟିଙ୍କୁ କନ୍ଦାଉଛି ପିଆଜ

ଶହେ କି ଦୁଇ ଶହ ଟଙ୍କା ନୁହେଁ ପ୍ରାୟ 8 ଲକ୍ଷ ଟଙ୍କାର ପିଆଜ ହୋଇଛି ଚୋରି । ଗୋଦାମ ଘରୁ ତାଲା ଭାଙ୍ଗି ଲୁଟି ନେଇଛନ୍ତି 328 ବସ୍ତା ପିଆଜ । ବିହାର ଫଟୁହା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଲି ଘଟଣା।

ଡିଜାଇନ ଫଟୋ

By

Published : Sep 24, 2019, 12:37 PM IST

ପାଟନା: ଖାଉଟିଙ୍କୁ କନ୍ଦାଉଛି ପିଆଜ । ଧିରେ ଧିରେ ବଢୁଛି ଦର । ବର୍ତ୍ତମାନ ଦର 70 ଛୁଇଁଲାଣି । ସେଓର ଦାମ ଠାରୁ ଅଧିକ ଭାରି ହେଲାଣି ପିଆଜ। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିହାରରୁ ଆସିଛି ପିଆଜ ଚୋରି ଅଭିଯୋଗ ।

ସୂଚନା ଅନୁସାରେ ରାଜଧାନୀ ପାଟନାର ଫଟୁହା ଅଞ୍ଚଳରେ ଥିବା ଏକ ଗୋଦାମରୁ ପିଆଜ ଚୋରି ହୋଇଯାଇଛି। ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । 328 ବସ୍ତା ପିଆଜ ହୋଇଛି ଚୋରି । ଯାହାର ମୂଲ୍ୟ ଶହେ କି ଦୁଇ ଶହ ଟଙ୍କା ନୁହେଁ ପ୍ରାୟ 8 ଲକ୍ଷ ଟଙ୍କା। ଗୋଦାମ ଘର ବନ୍ଦ ଥିବା ସତ୍ତ୍ବେ ବି ତାଲା ଭାଙ୍ଗି ଦୁର୍ବୃତ୍ତ ଲୁଟ କରିଥିବା ଜଣାପଡିଛି।

କେବଳ ଏତିକି ନୁହେଁ ଗୋଦାମର ଲକରରେ ଥିବା ଦେଢ ଲକ୍ଷ ଟଙ୍କା ମଧ୍ୟ ଲୁଟ କରିଥିବା ଅଭିଯୋଗ କରିଛନ୍ତି ଗୋଦାମ ମାଲିକ ଧୀରଜ କୁମାର । ଅଭିଯୋଗ ଆଧାରରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ABOUT THE AUTHOR

...view details