ଓଡିଶା

odisha

‘ମେକ ଇନ ଇଣ୍ଡିଆ’ ଷ୍ଟ୍ରାଟେଜି ସହ ଭାରତରେ ୱାନପ୍ଲସ ସେବା ଆରମ୍ଭ

By

Published : Jul 4, 2020, 7:04 AM IST

ଦେଶରେ ଆଣ୍ଟି ଚାଇନା ନାରା ଜାରି ରହିଥିବା ବେଳେ ଟପ୍‌ ସ୍ମାର୍ଟଫୋନ ବ୍ରାଣ୍ଡ ୱାନପ୍ଲସ ଶୁକ୍ରବାର କରିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା । ଗୋଟିଏ ପଟେ ଦେଶରେ ଚୀନ ଦ୍ରବ୍ୟକୁ ବ୍ୟାନ କରାଯାଉଥିବା ବେଳେ କମ୍ପାନୀରେ ଭାରତରେ ମେକ ଇନ ଇଣ୍ଡିଆ ଉଦ୍ୟମ ଦ୍ବାରା ଦ୍ରବ୍ୟ ଉତ୍ପାଦନ କରିବା ଆରମ୍ଭ କରିବା ନେଇ ସ୍ପଷ୍ଟ କରିଛି ।

make in india, oneplus, oneplus latest newsm oneplus in indian market, latest technology news, ମେକ ଇନ ଇଣ୍ଡିଆ, ୱାନପ୍ଲସ, ୱାନପ୍ଲସ ଲାଟେଷ୍ଟ ନ୍ୟୁଜ୍‌, ଭାରତୀୟ ବଜାରରେ ୱାନପ୍ଲସ ସ୍ଥିତି, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
‘ମେକ ଇନ ଇଣ୍ଡିଆ’ ଷ୍ଟ୍ରାଟେଜି ସହ ଭାରତରେ ୱାନପ୍ଲସ ସେବା ଆରମ୍ଭ

ହାଇଦ୍ରାବାଦ: ଦେଶରେ ଆଣ୍ଟି ଚାଇନା ନାରା ଜାରି ରହିଥିବା ବେଳେ ଟପ୍‌ ସ୍ମାର୍ଟଫୋନ ବ୍ରାଣ୍ଡ ୱାନପ୍ଲସ ଶୁକ୍ରବାର କରିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା । ଏହି ଘୋଷଣା ମୁତାବକ କମ୍ପାନୀ ମେକ ଇନ ଇଣ୍ଡିଆ ଉଦ୍ୟମରେ ଭାରତରେ ଟେଲିଭିଜନ ଉତ୍ପାଦନ ଆରମ୍ଭ କରିଛି । ଗୋଟିଏ ପଟେ ଦେଶରେ ଚୀନ ଦ୍ରବ୍ୟକୁ ବ୍ୟାନ କରାଯାଉଥିବା ବେଳେ କମ୍ପାନୀରେ ଭାରତରେ ମେକ ଇନ ଇଣ୍ଡିଆ ଉଦ୍ୟମ ଦ୍ବାରା ଦ୍ରବ୍ୟ ଉତ୍ପାଦନ କରିବା ଆରମ୍ଭ କରିବା ନେଇ ସ୍ପଷ୍ଟ କରିଛି ।

  • କମ୍ପାନୀ ନିକଟରେ ସ୍ମାର୍ଚ ଫିଚର ସହ ୱାନପ୍ଲସ ଟିଭି ୟୁ ସରିଜ ଓ ୱାଇ ସିରିଜ ଲଞ୍ଚ କରିଛି । ଯାହା ୟୁଜର୍ସଙ୍କୁ ଘରେ ବସି ଟିଭି ଦେଖିବାର ଏକ ନୂଆ ଅନୁଭବ ଦେବ । ଏହି ଟିଭିକୁ 5ଟି ଡିଭାଇସ ସହ ଏକକାଳୀନ ପେୟାର କରାଯାଇପାରିବ ।
  • ଚଳିତ ସପ୍ତାହ କମ୍ପାନୀ ନିଜର କମ ବଜେଟର ସ୍ମାର୍ଟଫୋନ ୱାନପ୍ଲସ ନର୍ଡର ଭାରତ ଓ ୟୁରୋପରେ ଲଞ୍ଚ ନେଇ ଘୋଷଣା କରିଛି ।

ଏନେଇ ୱାନପ୍ଲସ ଇଣ୍ଡିଆ ଉପାଧ୍ୟକ୍ଷ ତଥା ମୁଖ୍ୟ ଷ୍ଟ୍ରାଟେଜି ଅଧିକାରୀ ନଭନୀତ ନାକ୍ରା କହିଛନ୍ତି କି ୱାନପ୍ଲସ ପ୍ରଡକ୍ଟର ବିକ୍ରି ପାଇଁ ଆରମ୍ଭରୁ ହିଁ ଭାରତୀୟ ବଜାର ମୁଖ୍ୟ ବଜାର ଭାବେ ବିବେଚିତ ହୋଇଆସିଛି । ତେଣୁ ଏଠାରେ ୟୁଜର୍ସଙ୍କ ଆବଶ୍ୟକତା ପୂରଣ କରିବା କମ୍ପାନୀର ଏକ ମୂଳ ଲକ୍ଷ୍ୟ । ଏହାକୁ ନଜରରେ ରଖି ପ୍ରତିବର୍ଷ କମ୍ପାୱୀ ମେକ ଇନ ଇଣ୍ଡିଆ ସହ ହାତ ମିଳାଇ ନିଜ କର୍ତ୍ତବ୍ୟନିଷ୍ଠତା ପ୍ରତିପାଦନ କରିଚାଲିଛି ।

  • 2018 ମସିହାରେ ଫେବୃଆରୀ ମାସରୁ ୱାନପ୍ଲସ ଭାରତରେ ନିଜ ସାମଗ୍ରୀ ପ୍ରସ୍ତୁତ ଆରମ୍ଭ କରିଛି ।
  • 2019ରେ ହାଇଦ୍ରାବାଦରେ କମ୍ପାନୀର ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ସେଣ୍ଟର ଲଞ୍ଚ ହେବାର ସହ ଭାରତେ ଟିଭି ପ୍ରସ୍ତୁତି ନେଇ କମ୍ପାନୀ ଯୋଜନା ଆରମ୍ଭ କରିଛି । ଏଥିସହ ଆଗାମୀ ତିନି ବର୍ଷ ମଧ୍ୟରେ କମ୍ପାନୀ 1000 କୋଟି ଟଙ୍କା ବ୍ୟୟରେ ଲୋକଙ୍କ ଆବଶ୍ୟକତା ପୂରଣ କରିବାର ପ୍ରତିଶୃତି ଦେଇଛି ।
  • ହାଇଦ୍ରାବାଦସ୍ଥିତ ଆର୍‌ ଆଣ୍ଡ ଡି ସେଣ୍ଟରରେ ତିନୋଟି ଲ୍ୟାବ ରହିଛି । ସେ ହେଉଛି କ୍ୟାମେରା ଲ୍ୟାବ, କମ୍ୟୁନିକେସନ ଆଣ୍ଡ ନେଟୱାର୍କିଂ ଲ୍ୟାବ ଓ ଅଟୋମେସନ ଲ୍ୟାବ ।
  • ତେବେ ମେକ ଇନ ଇଣ୍ଡିଆ ଅଧିନରେ କେବଳ ଟିଭି ନୁହେଁ ଭବିଷ୍ୟତର ଆବଶ୍ୟକତା ଅନୁଯାୟୀ କ୍ୟାମେରା ଟେକ୍ନୋଲୋଜି, ନେଟୱାର୍କିଂ ଓ କନେକ୍ଟିଭିଟି ସହ ମୁଖ୍ୟତଃ 5ଜି ସେବା ଉପରେ କାର୍ଯ୍ୟ କରିବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି ।
  • ଭାରତରେ କେବଳ ଟାୟାର-2 ବଜାର ନୁହେଁ ବରଂ ଏହା ବାହାର ମଧ୍ୟ କମ୍ପାନୀ ନିଜ ସ୍ଥିତି ସୁଦୃଢ କରିପାରିଛି ।
  • ବର୍ତ୍ତମାନ ଭାରତରେ କମ୍ପାନୀର 5000 ଅଫଲାଇନ ଷ୍ଟୋର ଓ ପାର୍ଟନର ଷ୍ଟୋର ରହିଥିବା ବେଳେ ଆଗକୁ ସଂଖ୍ୟା 8000ରୁ ଉର୍ଦ୍ଧ୍ବ କରିବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details