ଓଡିଶା

odisha

By

Published : Feb 14, 2020, 9:29 AM IST

ETV Bharat / bharat

ପୁଲୱାମା ଆକ୍ରମଣକୁ ବର୍ଷେ: ଶ୍ରଦ୍ଧାଞ୍ଜଳି ଜଣାଇଲେ ଗୃହମନ୍ତ୍ରୀ ଓ ସିଆରପିଏଫ ଯବାନ

ପୁଲୱାମା ଆକ୍ରମଣକୁ ବର୍ଷେ । ଆଜି ବି ବୀର ଯବାନଙ୍କ ପାଇଁ କାନ୍ଦୁଛି ଦେଶ । ଶୁଖିନି ଶହିଦ ପରିବାରଙ୍କ ଲୁହ । ସେପଟେ, ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଗୃହମନ୍ତ୍ରୀ ଓ ସିଆରପିଏଫ ଯବାନ ।

ପୁଲୱାମା ଆକ୍ରମଣକୁ ବର୍ଷେ
ପୁଲୱାମା ଆକ୍ରମଣକୁ ବର୍ଷେ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣକୁ ବର୍ଷେ । ଶହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଗୃହମନ୍ତ୍ରୀ । ବୀର ଯବାନଙ୍କ ବୀରତ୍ବ ପାଇଁ ଆଜି ଗର୍ବିତ ସାରା ଦେଶ । ଦେଶ ମାତୃକା ଓ ଅଖଣ୍ଡତା ବଜାୟୀ ରଖିବାକୁ ଯାଇ ସବୁଠାରୁ ଶ୍ରେଷ୍ଠ ବଳିଦାନ ଦେଇଥିବାରୁ ପରିବାର ଓ ବୀର ଯବାନଙ୍କୁ ନିକଟରେ ଭାରତ ସର୍ବଦା କୃତଜ୍ଞତା ରହିବ ବୋଲି କହିଛନ୍ତି ଅମିତ ଶାହା । ସେପଟେ, ନିଜ ସାଥୀଙ୍କୁ ହରାଇଥିବା ସିଆରପିଏଫ ମଧ୍ୟ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ‘ଆମେ କେବେ ଭୁଲିବୁ ନାହିଁ, କି କ୍ଷମା ବି ଦେବୁ ନାହିଁ’ । ଦେଶ ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ଯବାନଙ୍କୁ ସଲାମ ଜଣାଉଛୁ । ଶହିଦଙ୍କ ପରିବାର ସହ ଆମେ ରହିଛୁ ଓ ରହିବୁ ।

ପୁଲୱାମା ଆକ୍ରମଣକୁ ବର୍ଷେ
ପୁଲୱାମା ଆକ୍ରମଣକୁ ବର୍ଷେ

ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଆଜିର ଦିନକୁ ମନେପକାଇଛନ୍ତି । ଶହୀଦ ଯବାନଙ୍କୁ ଦେଶ କେବେ ଭୁଲିବ ନାହିଁ । ଆତଙ୍କବାଦୀଙ୍କ ବିରୋଧରେ ଦେଶ ସର୍ବଦା ଛିଡା ରହିଛି । ଆଉ ଏଥିପାଇଁ ଏହାରି ବିରୋଧରେ ସବୁବେଳେ ଲଢେଇ କରିବୁ ବୋଲି କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ତେବେ କେବଳ ସିଆରପିଏଫ ଯବାନ ନୁହଁନ୍ତି ବାୟୁ ସେନା ମଧ୍ୟ ଶହୀଦ ସିଆରପିଏଫ ଯବାନଙ୍କୁ ସଲାମ ଜଣାଇଛନ୍ତି ।

ପୁଲୱାମା ଆକ୍ରମଣକୁ ବର୍ଷେ

ଆଜିର ପରି ସେଦିନ ବି ଥିଲା ସମାନ । ଚାରିଆଡେ ପାଳନ ହେଉଥିଲା ପ୍ରେମ ଦିବସ । ଆନନ୍ଦ, ଉତ୍ସାହ ପରିବେଶରେ କିନ୍ତୁ ହଠାତ ମାଡି ଆସିଲା କଳାବାଦଳ । 14 ଫେବୃୟାରୀ 2019, ଅପରାହ୍ନ 3.30 ସମୟରେ ସିଆରପିଏଫ ବାଟାଲିୟନର ବସଟି ଆତ୍ମଘାତୀ ଆକ୍ରମଣର ଶିକାର ହୋଇ ଶହୀଦ ହୋଇଥିଲେ 40 ସିଆରପିଏଫ ଯବାନ ।

ଚାରିଆଡେ ପ୍ରେମର ବାର୍ତ୍ତା ଦିଆଯାଉଥିବା ବେଳେ ଘୃଣାର ମଞ୍ଜି ବୁଣିଥିଲେ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈସ ଏ ମହମ୍ମଦର ଆତଙ୍କବାଦୀମାନେ । ଜାମ୍ମୁକାଶ୍ମୀର ପୁଲୱାମାର ଲେଥପୋରା ନିକଟରେ ଧାଡି ଧାଡ଼ି ହୋଇ ଯାଉଥିବା ସିଆରପିଏଫ୍‌ ଯବାନଙ୍କ ବସ୍‌ରେ କରିଥିଲେ ଭୟଙ୍କର ବିସ୍ଫୋରଣ । ୩୦୦ କିଲୋଗ୍ରାମ ଆରଡିଏକ୍ସ ବୋଝେଇ କାର୍‌ ଯୋଗେ ଘଟାଇଥିଲେ ଏହି ବିସ୍ଫୋରଣ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୧୦ କିଲୋମିଟର ବ୍ୟାପୀ ଅଞ୍ଚଳ ଥରି ଉଠିଥିଲା । ଯବାନଙ୍କ ରକ୍ତରେ ଭିଜିଯାଇଥିଲା ରାଜପଥ । ଘଟଣାରେ ୪୦ ଜଣ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଥିଲେ ।

ABOUT THE AUTHOR

...view details