ଓଡିଶା

odisha

By

Published : Mar 15, 2020, 12:24 PM IST

ETV Bharat / bharat

କୋରୋନାକୁ ନେଇ ମିଥ୍ୟା ପ୍ରଚାର କଲେ ଭୋଗିବେ ଜେଲ

କୋରୋନାକୁ ନେଇ ମିଥ୍ୟା ପ୍ରଚାର ତଥା ଗୁଜବ କଲେ ଭୋଗିବେ ଜେଲ ଦଣ୍ଡାଦେଶ । ଜାତୀୟ ବିପର୍ଯ୍ୟୟ ପରିଚାଳନା(NDMA) ଅଧିନିୟମ ଅନୁଯାୟୀ ଜେଲ ଯାଇପାରନ୍ତି ଅପ୍ରଚାରକାରୀ । ଅଧିକ ପଢନ୍ତୁ...

କୋରୋନାକୁ ନେଇ ମିଥ୍ୟା ପ୍ରଚାର କଲେ ଭୋଗିବେ ଜେଲ
କୋରୋନାକୁ ନେଇ ମିଥ୍ୟା ପ୍ରଚାର କଲେ ଭୋଗିବେ ଜେଲ

ହାଇଦ୍ରାବାଦ: କୋରୋନାକୁ ନେଇ ମିଥ୍ୟା ପ୍ରଚାର କଲେ ଜେଲ ଦଣ୍ଡାଦେଶ । ଗୋଟିଏ ବର୍ଷ ପାଇଁ ଜେଲ ଭୋଗିପାରନ୍ତି ଅପ୍ରଚାରକାରୀ । ଏନେଇ ସତର୍କ କରାଇଛି ହାଇଦ୍ରାବାଦ ପୋଲିସ । କୋରୋନା ଭାଇରସକୁ ଗୁଜବ ତଥା ମିଥ୍ୟା ଖବର ପ୍ରସାର ହେଉଥିବାରୁ ଏଭଳି ଚେତାବନୀ ଦେଇଛନ୍ତି ପୋଲିସ ମୁଖ୍ୟ ।

ପୋଲିସ କମିଶନ ଅଞ୍ଜାନୀ କୁମାର କହିଛନ୍ତି, ସମାଜ ପାଇଁ ମିଥ୍ୟା ଖବର ଓ ଗୁଜବ ଅତ୍ୟନ୍ତ ଖରାପ । ଯେଉଁମାନେ କୋରୋନାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାକୁ ସୋସିଆଲ ମିଡିଆରେ କୌଣସି ମିଥ୍ୟା ଖବର ପ୍ରସାର କରନ୍ତି,ତେବେ ସେମାନଙ୍କୁ ଜାତୀୟ ବିପର୍ଯ୍ୟୟ ପରିଚାଳନା(NDMA) ଅଧିନିୟମ ଅନୁଯାୟୀ ଜେଲ ଯିବାକୁ ପଡିବ । ଏହା ସହ ଜୋରିମାନା ମଧ୍ୟ ଭରିବାକୁ ପଡିବ ।

ଗତ ଶନିବାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ରାଜ୍ୟର ସମସ୍ତ ସ୍କୁଲ,କଲେଜ, ସାଧାରଣ ସଭା ବନ୍ଦ ଘୋଷଣା କରିଛନ୍ତି । ଏପରିକି ଅନିଶ୍ଚିତ ଖବର ପ୍ରସାରଣ ଓ ପ୍ରକାଶନ ଉପରେ ମଧ୍ୟ କଡା ଚେତବନୀ ଦେଇଛନ୍ତି । କୋରୋନା ମାମଲାକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଯେଉଁ ତଥ୍ୟ ପ୍ରକାଶିତ ହେବ ତାହା ହିଁ ଗଣମାଧ୍ୟମ ପ୍ରକାଶିତ କରିବାକୁ ବାଧ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ରାଓ ।

ସୌଜନ୍ଯ:@IANS

ABOUT THE AUTHOR

...view details