ଅଶାନ୍ତ ବାରାମୁଲା, ଜଣେ ଆତଙ୍କବାଦୀ ନିପାତ - ବାରମୁଲ୍ଲାରେ ସେନା ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ, ଜଣେ ଆତଙ୍କବାଦୀ ନିପାତ
![ଅଶାନ୍ତ ବାରାମୁଲା, ଜଣେ ଆତଙ୍କବାଦୀ ନିପାତ ବାରମୁଲ୍ଲାରେ ସେନା ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ, ଜଣେ ଆତଙ୍କବାଦୀ ନିପାତ](https://etvbharatimages.akamaized.net/etvbharat/prod-images/768-512-8514381-474-8514381-1598081298322.jpg)
12:21 August 22
ବାରାମୁଲା ସେନା ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ, ଜଣେ ଆତଙ୍କବାଦୀ ନିପାତ
ଶ୍ରୀନଗର:ଉତ୍ତର କାଶ୍ମୀରର ବାରାମୁଲା କେରି ସାଲୁସା ଅଞ୍ଚଳରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଜଣେ ଆତଙ୍କବାଦୀଙ୍କ ନିହତ ହୋଇଥିବା ସୂଚନା ରହିଛି ।
ଖବର ଅନୁଯାୟୀ, ବାରାମୁଲା କେରି ସାଲୁସା ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବାର ଖବର ପାଇଥିଲା ସେନା । ପରେ ଜାମ୍ମୁ କାଶ୍ମୀର ପୋଲିସ ଏବଂ ସିଆରପିଏଫ ମିଳିତ ଭାବେ ଏହି ଅଞ୍ଚଳକୁ ନିୟନ୍ତ୍ରଣ କରି ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିବା ବେଳେ ଏବେ ସୁଦ୍ଧା ଜଣେ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡିଛି ।
TAGGED:
Encounter