ଓଡିଶା

odisha

‘ଦେଶ ମୁଦ୍ଦାରେ କେବେ ବି ଆମ ଭିତରେ ଆଲୋଚନା ହୁଏ ନାହିଁ’

By

Published : Aug 6, 2019, 10:32 AM IST

ରାଜ୍ୟସଭାରେ ଧାରା 370ର ଉଚ୍ଛେଦ ନେଇ ବିଲ୍ ପାରିତ ହେବା ପରେ ଦେଶରେ ଉତ୍ସବ ମାହୋଲ ଦେଖିବାକୁ ମିଳିଛି । ଗୁଜୁରାଟରେ ମଧ୍ୟ ଏହାକୁ ନେଇ ଖୁସି ଖେଳିଯାଇଛି । ଲୋକେ ବାଣ ଫୁଟାଇ ଉତ୍ସବ ମନାଉଛନ୍ତି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ସୋମାଭାଇ ମୋଦି ସାମିଲ ହୋଇଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ

ଗାନ୍ଧୀନଗର: ରାଜ୍ୟସଭାରେ ଧାରା 370 ଉଚ୍ଛେଦ ନେଇ ବିଲ୍ ପାରିତ ହେବା ପରେ ଦେଶରେ ଉତ୍ସବ ମାହୋଲ ଦେଖିବାକୁ ମିଳିଛି । ମୋଦି ସରକାରଙ୍କ ଏଭଳି ପ୍ରଚେଷ୍ଟାକୁ ସବୁଆଡେ ସ୍ବାଗତ କରାଯାଉଛି । ତେବେ ମୋଦିଙ୍କ ବାସସ୍ଥାନ ଗୁଜୁରାଟରେ ମଧ୍ୟ ଏହାକୁ ନେଇ ଖୁସି ଖେଳିଯାଇଛି । ଲୋକେ ବାଣ ଫୁଟାଇ ଉତ୍ସବ ମନାଉଛନ୍ତି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ସୋମାଭାଇ ମୋଦି ସାମିଲ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଏହି ଅବସରରେ ସେ କହିଛନ୍ତି, ଏହା ଏକ ଐତିହାସିକ ପଦକ୍ଷେପ । ଫଳରେ ସବୁ ରାଜ୍ୟ ଏକ ହୋଇଗଲା । ତେବେ ଏନେଇ ପୂର୍ବରୁ କେବେ ତାଙ୍କ ସହ ମୋଦି ଆଲୋଚନା କରିଛନ୍ତି କି ପ୍ରଶ୍ନରେ ଉତ୍ତରେ ଦେଇ ସେ କହିଛନ୍ତି, ଦେଶ ମୁଦ୍ଦାରେ କେବେ ବି ଆମ ଭିତରେ ଆଲୋଚନା ହୁଏ ନାହିଁ ।

ABOUT THE AUTHOR

...view details