ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ସୋପିଆନ ଜିଲ୍ଲାରେ ଜଣେ ଆତଙ୍କବାଦୀ ନିପାତ । ଆଜି(ରବିବାର) ସକାଳୁ ଆତଙ୍କବାଦୀ ଓ ସୁରକ୍ଷାବଳ ମଧ୍ୟରେ ଜାରି ରହିଥିଲା ଏନକାଉଣ୍ଟର । ଘଟଣାସ୍ଥଳରୁ ବହୁ ଅସଶସ୍ତ୍ର ମଧ୍ୟ ଜବତ ହୋଇଛି । ଏନେଇ ଭାରତୀୟ ସେନାର ଉତ୍ତରାଞ୍ଚଳ କମାଣ୍ଡର ସୂଚନା ଦେଇଛନ୍ତି । ବର୍ତ୍ତମାନ ପୋଲିସ ଓ ସୁରକ୍ଷାବଳଙ୍କ ମିଳିତ ଅପରେସନ ଜାରି ରହିଛି ।
ସୁରକ୍ଷା ବାହିନୀର ଏକ ମିଳିତ ଦଳ ଏହି ଅଞ୍ଚଳକୁ ଅବରୋଧ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ନିଜକୁ ଘେରି ରହି ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହାର କଡା ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଯେଉଁଥିରେ ଜଣେ ଆତଙ୍କବାଦୀ ସଫା ହୋଇଛି ।