ରାୟପୁର: ଏକତରଫା ପ୍ରେମ ନେଲା ମହିଳାଙ୍କ ଜୀବନ । ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ଛତିଶଗଡ କୋରବା ଜିଲ୍ଲାରେ । ମୃତ ମହିଳାଙ୍କ ନାମ ନନ୍ଦିନୀ ବୋଲି ଜଣାପଡିଥିବାବେଳେ ଅଭିଯୁକ୍ତ ଯୁବକର ନାମ ଇନ୍ଦ୍ରପାଲ ଟୋଣ୍ଡେ ବୋଲି ଜଣାପଡିଛି ।
ସୂଚନାନୁସାରେ, ଅଭିଯୁକ୍ତ ଇନ୍ଦ୍ରପାଲ ନନ୍ଦୀନଙ୍କର ଏକ ଆପତ୍ତିଜନକ ଭିଡିଓ କରିଥିଲେ । ଆଇଟି ଆକ୍ଟ ମାମଲାରେ ନନ୍ଦିନୀ ସିଏସଇବି ଚୌକୀରେ ଇନ୍ଦ୍ରପାଲ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ । ଘଟଣାରେ ଅଭିଯୁକ୍ତକୁ ଜେଲ ମଧ୍ୟ ହୋଇଥିଲା । ମାତ୍ର ଜେଲରୁ ମୁକୁଳିବା ପରେ ଅଭିଯୁକ୍ତ ଜଣଙ୍କ ନନ୍ଦିନୀଙ୍କ ଉପରକୁ ବିଚ୍ ରାସ୍ତାରେ ଆକ୍ରମଣ କରିଥିଲା । ନନ୍ଦିନୀର ମୁହଁ ଓ ବେକକୁ ଅତି ନିର୍ମମ ଭାବରେ 20ରୁ ଅଧିକ ଥର ଆକ୍ରମଣ କରିଥିଲା । ଫଳରେ ନନ୍ଦିନୀ ଘଟଣାସ୍ଥଳରେ ଗୁରୁତର ହୋଇଥିଲା । ତେବେ ଯୁବକଙ୍କ ଏହି ଉନ୍ମତ୍ତକାଣ୍ଡର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ବେଶ କିଛି ଦିନ ଧରି ଭାଇରାଲ ହୋଇଥିଲା । ତେବେ ଘଟଣାସ୍ଥଳରେ ଉପସ୍ଥିତ ଲୋକେ ଅଭିଯୁକ୍ତକୁ ନିର୍ଧୁମ ମାଡ ମାରିବା ସହ ତାକୁ ପୋଲିସରେ ଦେଇଥିଲେ ।