ଓଡିଶା

odisha

By

Published : Aug 2, 2019, 5:32 AM IST

ETV Bharat / bharat

ହିସାର ଜେଲରେ 2 ଗୋଷ୍ଠୀ ସଂଘର୍ଷ, ଜଣେ କଏଦୀ ମୃତ

ହରିୟାଣା ସ୍ଥିତ ହିସାର ଜେଲରେ ଦୁଇ ଗୋଷ୍ଠୀଙ୍କମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଜଣେ କଏଦୀଙ୍କ ମୃତ୍ୟୁ ଘଟିବା ସହ 6 ଜଣ କଏଦୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଏଏନଆଇ

ଚଣ୍ଡିଗଡ଼: ହରିୟାଣା ସ୍ଥିତ ହିସାର ଜେଲରେ ଅଘଟଣ । ଜେଲରେ ଥିବା କଏଦୀଙ୍କ ମଧ୍ୟରେ ଆରମ୍ଭ ହେଲା ଗଣ୍ଡଗୋଳ । ଫଳରେ ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି । ଏଠାରେ ଦୁଇ ଗୋଷ୍ଠୀଙ୍କମଧ୍ୟରେ ସଂଘର୍ଷ ହୋଇଥିଲା । ଯାହାକି ପରବର୍ତ୍ତି ସମୟରେ ବିରାଟ ରୂପ ଧାରଣ କରିଥିଲା ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ/ଏଏନଆଇ

ଏହି ଗୋଷ୍ଠୀ ସଂଘର୍ଷରେ ଯେଉଁ କଏଦୀର ମୃତ୍ୟୁ ଘଟିଛି ସେ ଫତେହବାଦ ଜେଲରୁ ଆସିଥିବା କୁହାଯାଉଛି । ସୂଚନା ଅନୁସାରେ ଉକ୍ତ ଜେଲରେ କଏଦୀଙ୍କ ମଧ୍ୟରେ କୌଣସି ଏକ କଥାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହେଲା । ଏଥିରେ ବହୁ କଏଦୀ ଆହତ ହୋଇଥିବା ସୂଚନା ରହିଛି । ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ଆୟତ୍ତ କରିଥିଲା ।

ABOUT THE AUTHOR

...view details