ଓଡିଶା

odisha

ETV Bharat / bharat

ଆଜିଠୁ ‘ୱାନ ନେସନ ୱାନ ରାସନ କାର୍ଡ’ ଲାଗୁ: ବିନା କାର୍ଡଧାରୀଙ୍କୁ ମିଳିବ ଫାଇଦା - atmavirbhar yojana

‘ୱାନ ନେସନ ୱାନ ରାସନ କାର୍ଡ’ ରେ ଉପକୃତ ହେବେ ଉଭୟ କାର୍ଡଧାରା ଓ ବିନା କାର୍ଡଧାରୀ । ଆସନ୍ତା 2 ମାସ ପର୍ଯ୍ୟନ୍ତ ସମସ୍ତ ଶ୍ରମିକଙ୍କୁ ମିଳିବ ମାଗଣା ରାସନ । ଅଧିକ ପଢନ୍ତୁ...

ୱାନ ନେସନ ୱାନ ରାସନ କାର୍ଡ
ୱାନ ନେସନ ୱାନ ରାସନ କାର୍ଡ

By

Published : Jun 1, 2020, 8:45 AM IST

Updated : Jun 1, 2020, 11:17 AM IST

ନୂଆଦିଲ୍ଲୀ: ଆଜି ଠାରୁ ଦେଶରେ ‘ୱାନ ନେସନ ୱାନ ରାସନ କାର୍ଡ’ ଲାଗୁ । କୋରୋନା ସଙ୍କଟ ଘଡିରେ ପ୍ରବାସୀ ଓ ଗରିବଙ୍କୁ ମିଳିବ ଆଶ୍ବସ୍ତି । ପ୍ରାଥମିକ ପର୍ଯ୍ୟାୟରେ ଦେଶର 20ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଲାଗୁ ହେବ । ବିନା କାର୍ଡଧାରୀ ମଧ୍ୟ ମିଳିବ ସୁବିଧା । ଯେ କୌଣସି ରାଜ୍ୟରେ ଥିଲେ ମଧ୍ୟ ଏହି କାର୍ଡ ଆବେଦନ କରିପାରିବେ ।

ସାର୍ବଜନିକ ବଣ୍ଟନ ସହିତ ଜଡିତ ଜନସଂଖ୍ୟାର ପ୍ରାୟର 83 ପ୍ରତିଶତ ଲୋକଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯିବ । 23 ଟି ରାଜ୍ୟରେ 67 କୋଟି ରାସନ କାର୍ଡଧାରୀ (ଯାହା ମୋଟ PDS ଜନସଂଖ୍ୟାର 83% ଅଟେ) ଅଗଷ୍ଟ 2020 ସୁଦ୍ଧା ଜାତୀୟ ପୋର୍ଟେବିଲିଟି(ୱାନ ନେସନ ୱାନ କାର୍ଡ) ଅଧୀନରେ ଆସିବ । ମାର୍ଚ୍ଚ 2021 ପୂର୍ବରୁ 100 ପ୍ରତିଶତ ଜାତୀୟ ପୋର୍ଟେବିଲିଟି ହାସଲ ହେବ ।

କୋରୋନା ଲକଡାଉନ ଦେଶର ପ୍ରବାସୀ ଓ ଗରିବ ଶ୍ରେଣୀଙ୍କ ଆର୍ଥିକ ମେରୁଦଣ୍ଡରୁ ଭାଙ୍ଗି ଦେଇଛି । କେନ୍ଦ୍ର ସରକାର ଆତ୍ମ ନିର୍ଭର ଯୋଜନା ମାଧ୍ୟମରେ ଏମାନଙ୍କୁ ସୁବିଧା ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି । ଏହି କଲ୍ୟାଣକାରୀ ଯୋଜନା ମାଧ୍ୟମରେ ପ୍ରବାସୀ ଶ୍ରମିକଙ୍କୁ ଆଗାମୀ ୨ ମାସ ମାଗଣାରେ ରାସନ ମିଳିବ ।

ସରକାରଙ୍କ ଆତ୍ମ ନିର୍ଭର ଆର୍ଥକ ପ୍ୟାକେଜ 20 ଲକ୍ଷ କୋଟିରୁ ସାଢେ 35 ଶହ କୋଟି ଟଙ୍କାର ଯୋଜନା କରାଯାଇଛି । ଏହା ଦ୍ବାରା ପ୍ରାୟ ୮ କୋଟି ଶ୍ରମିକଙ୍କୁ ଫାଇଦା ମିଳିବ । ସମସ୍ତଙ୍କୁ ମାଗଣା ଖାଦ୍ୟ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ସରକାର ନେଇଛନ୍ତି । ଆସନ୍ତା ଦୁଇମାସ ପାଇଁ ସମସ୍ତଙ୍କୁ ମାଗଣା ୫ କିଲୋଗ୍ରାମ ଚାଉଳ / ଗହମ ଏବଂ ୧ କିଲୋ ଡାଲି ଦିଆଯିବ। ରାସନ କାର୍ଡ ନଥିବା ବ୍ୟକ୍ତିମାନେ ମଧ୍ୟ ଏହି ସୁବିଧା ପାଇବେ । ବିନା କାର୍ଡଧାରୀ ମଧ୍ୟ ଏହି ସୁବିଧା ପାଇପାରିବେ ।

'ୱାନ୍ ନେସନ୍ ୱାନ୍ ରେସନ୍ କାର୍ଡ' ଯୋଜନାରେ ସାରା ଦେଶରେ ପିଡିଏସ୍ ହିତାଧିକାରୀମାନେ ଯେ କୌଣସି ସ୍ଥାନରେ ସର୍ବସାଧାରଣ ବିତରଣ ବ୍ୟବସ୍ଥା ଅଧୀନରେ କାର୍ଯ୍ୟ କରୁଥିବା ରାସନ ଦୋକାନରୁ ରାସନ ପାଇବେ। ଅର୍ଥାତ୍ ଯକୌଣଶି ରାଜ୍ୟର ରେସନ୍ କାର୍ଡ ଧାରକ ଅନ୍ୟ କୌଣସି ରାଜ୍ୟରେ କାର୍ଡ ଦେଖାଇ ରାସନ ଗ୍ରହଣ କରିବାକୁ ସମର୍ଥ ହେବେ। ଉଦାହରଣ ସ୍ୱରୂପ, ଯଦି ବିହାରରେ କାହାର ରେସନ କାର୍ଡ ଥାଏ ଏବଂ ସେ ଦିଲ୍ଲୀରେ କାମ କରନ୍ତି, ତେବେ ସେ ବିହାରର ରେସନ କାର୍ଡରୁ ଦିଲ୍ଲୀରୁ ରାସନ ପାଇପାରିବେ ।

Last Updated : Jun 1, 2020, 11:17 AM IST

ABOUT THE AUTHOR

...view details