ଓଡିଶା

odisha

ETV Bharat / bharat

'ଏକ ଦେଶ ଏକ ନିର୍ବାଚନ' ପାଇଁ ସବୁ ରାଜନୈତିକ ଦଳର ସହମତି ଆବଶ୍ୟକ: ସିଇସି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଏକ ଦେଶ ଏକ ନିର୍ବାଚନ’ ପାଇଁ କହି ସାରିଛନ୍ତି । ଏଥିପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରୟାସ ମଧ୍ୟ ଆରମ୍ଭ ହୋଇଯାଇଛି। ଏହାକୁ କାର୍ଯ୍ୟକାରୀ କରିବାରେ ସବୁ ରାଜନୈତିକ ଦଳର ସହମତି ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର(ସିଇସି) ।

By

Published : Nov 17, 2019, 3:18 PM IST

ଫଟୋ ସୌଜନ୍ୟ : ଫାଇଲ ଫଟୋ

ହାଇଦ୍ରାବାଦ: ‘ଏକ ଦେଶ ଏକ ନିର୍ବାଚନ’ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ନିର୍ବାଚନ କମିଶନର(ସିଇସି) ସୁନିଲ ଆରୋରା। ଭାରତ ବର୍ଷରେ ଏକସଙ୍ଗରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା ପାଇଁ ସମସ୍ତ ରାଜନୈତିକ ଦଳର ସହମତି ଆବଶ୍ୟକ।

ନିରମା ବିଶ୍ବବଦ୍ୟାଳୟର ଏକ କାର୍ଯକ୍ରମରେ ଯୋଗ ଦେବା ଅବସରରେ ସିଇସି କହିଛନ୍ତି ଯେ, ଦେଶରେ 1967 ମସିହା ପର୍ଯ୍ୟନ୍ତ ଉଭୟ ଲୋକସଭ ଓ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ ଅନୁଷ୍ଠିତ ହୋଇ ଆସୁଥିଲା। ଏହା ପରେ ଏ ବ୍ୟବସ୍ଥାରେ ଅସନ୍ତୁଳନ ଦେଖାଦେଇଛି। ‘ଏକ ଦେଶ ଏକ ନିର୍ବାଚନ’ କରିବାକୁ ହେଲେ ନିର୍ବାଚନ ଆଇନରେ ସଂଶୋଧନ କରାଯିବାର ଆବଶ୍ୟକତା ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଏକ ଦେଶ ଏକ ନିର୍ବାଚନ’ କଥା ପୂର୍ବରୁ କହିଛନ୍ତି। ଏଥିପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରୟାସ ମଧ୍ୟ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ଜୁନ 19ରେ ଏ ପ୍ରସଙ୍ଗରେ ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା । ବୈଠକରେ ପ୍ରଧାନମନ୍ତ୍ରୀ ସମସ୍ତ ଦଳର ମୁଖ୍ୟଙ୍କୁ ଡକାଇଥିଲେ ମାତ୍ର କେତେକ ଦଳ ଏହାକୁ ବିରୋଧ କରିଥିଲେ।

ABOUT THE AUTHOR

...view details