ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଟିକରି ସୀମାରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ କୃଷକ ବିଷ ପିଇଦେଇଛନ୍ତି ଫଳରେ ଚିକିତ୍ସାଧିନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି । ଆତ୍ମହତ୍ୟା କରିଥିବା କୃଷକ ରୋହତକ ଜିଲ୍ଲାର ପାକିସମା ଗ୍ରାମର ଜୟ ଭଗବାନ୍ ବୋଲି ଜଣାପଡିଛି।
ଜୟ ଭଗବାନଙ୍କ ବିଷ ପିଇବା ପରେ ଟିକରି ସୀମାରେ ନିୟୋଜିତ ପୋଲିସ ଫୋର୍ସ ସହାୟତାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରାତି ପ୍ରାୟ ସାଢେ 2ଟା ବେଳେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଜୟ ଭଗବାନ୍ ଦୀର୍ଘ ଦିନ ଧରି ଆନ୍ଦୋଳନକାରୀ ଚାଷୀଙ୍କ ସେବା କରି ଆସୁଥିଲେ ଏବଂ ସେମାନଙ୍କ ପାଇଁ କ୍ଷୀର ଏବଂ ପନିପରିବା ଆଣି ସେମାନଙ୍କୁ ସାହାଯ୍ୟ କରୁଥିଲେ।