ଓଡିଶା

odisha

ETV Bharat / bharat

ଆସାମର ବନ୍ୟା ସ୍ଥିତିରେ ସୁଧାର, ଏବେବି ଜଳଘେରରେ 2.42 ଲକ୍ଷ ଲୋକ - One more dies in Assam flood

ସୁଧୁରୁଛି ଆସାମର ବନ୍ୟା ସ୍ଥିତି । ଏବେବି ଜଳଘେରରେ 2.42 ଲକ୍ଷ ଲୋକେ । ମୃତ୍ୟୁ ସଂଖ୍ୟା 121କୁ ବୃଦ୍ଧି । ଅଧିକ ପଢନ୍ତୁ.....

One more dies in Assam flood, 2.42 lakh people still affected
ଆସାମର ବନ୍ୟା ସ୍ଥିତିରେ ସୁଧାର,ଜଳଘେରରେ 2.42 ଲକ୍ଷ ଲୋକେ

By

Published : Oct 3, 2020, 12:04 PM IST

ଗୌହାଟୀ: ସୁଧୁରିବାରେ ଲାଗିଛି ଆସାମର ବନ୍ୟା ପରିସ୍ଥିତି । ହେଲେ କମିନି ରାଜ୍ୟବାସୀଙ୍କ ଦୁର୍ଦ୍ଦଶା । 33 ଜିଲ୍ଲା ମଧ୍ୟରୁ 4 ଜିଲ୍ଲାର 2.42 ଲକ୍ଷ ଲୋକେ ଏବେବି ଜଳଘେରରେ ରହିଛନ୍ତି । ଏହାସହ ବନ୍ୟାରେ ଆଉଜଣଙ୍କର ମୃତ୍ୟୁ ହୋଇଛି । ଚଳିତ ବର୍ଷ ବନ୍ୟାରେ ମୋଟ ମୃତ୍ୟୁ 121କୁ ବୃଦ୍ଧି ପାଇଛି । ଏନେଇ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ସୂଚନା ମିଳିଛି ।

2.42 ଲକ୍ଷ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ସେଥିମଧ୍ୟରୁ 1.79 ଲକ୍ଷ ଲୋକ କେବଳ ନାଗାଓଁ ଜିଲ୍ଲାରେ ରହିଛନ୍ତି । ଏହାସହ 22,802 ହେକ୍ଟରରୁ ଅଧିକ ଫସଲ ନଷ୍ଟ ହୋଇଛି । ନାଗାଓଁ, ହୋଜାଇ, ମୋରିଗାଓଁ ଓ ଗୋଲପାରାର 380 ଗାଁ ଜଳବନ୍ଦୀରେ ରହିଛି । ବନ୍ୟା ଦ୍ବାରା 46,000 ଗୃହ ପାଳିତ ପଶୁ ଓ କାଜିରଙ୍ଗା ଜାତୀୟ ଉଦ୍ୟାନ ମଧ୍ୟ ପ୍ରଭାବିତ ହୋଇଛି । ବନ୍ୟା ଦ୍ବାରା ଅନେକ ରାସ୍ତା, ବ୍ରିଜ୍, କଲଭର୍ଟ ଓ ନିର୍ମାଣଧିନ କୋଠା ଧୋଇ ହୋଇଯାଇଛି । ବ୍ରହ୍ମପୁତ୍ର ନଦୀ ଧୁବ୍ରି ଜିଲ୍ଲାର ବିପଦ ସଙ୍କେତ ସ୍ତରରେ ପ୍ରବାହିତ ହେଉଥିଲା । ତେବେ ଚଳିତ ଥର ବନ୍ୟାରେ 22 ଜିଲ୍ଲାର 121 ଜଣଙ୍କ ଜୀବନ ଯାଇଥିବା ବେଳେ ଭୁସ୍କଖଳନରେ 26 ଜଣଙ୍କ ମୃତ୍ୟୁ ହୋଇଛି ।

@ IANS

ABOUT THE AUTHOR

...view details