ଓଡିଶା

odisha

ETV Bharat / bharat

କୋରୋନା ଆତଙ୍କ: ଆଜି ତେଲେଙ୍ଗାନାରେ 1, ବିହାରରୁ 2 ଓ ୟୁପିରୁ 4 ଚିହ୍ନଟ

ତେଲେଙ୍ଗାନାରେ ଶୁକ୍ରବାର ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ତେଲେଙ୍ଗାନାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 45ରେ ପହଞ୍ଚିଛି ।

One more Coronavirus positive case reported in Telangana
ତେଲେଙ୍ଗାନା ଆଉ ଜଣେ ଆକ୍ରାନ୍ତ ଚିହ୍ନଟ

By

Published : Mar 27, 2020, 9:43 AM IST

Updated : Mar 27, 2020, 10:18 AM IST

ହାଇଦ୍ରାବାଦ: ସମଗ୍ର ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମଗ୍ର ଦେଶକୁ ଲକ ଡାଉନ ଘୋଷଣା କରିଛନ୍ତି । ମାତ୍ର କୋରୋନା ସଂଖ୍ୟା କମିବା ପରିବର୍ତ୍ତେ ଦିନକୁ ଦିନ ବଢି ଚାଲିଛି । ଏହି କ୍ରମରେ ତେଲେଙ୍ଗାନାରେ ଶୁକ୍ରବାର ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ତେଲେଙ୍ଗାନାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 45ରେ ପହଞ୍ଚିଛି ।

ତେବେ ଆକ୍ରାନ୍ତ ଜଣଙ୍କ 45 ବର୍ଷୀୟ ବ୍ୟକ୍ତି ହୋଇଥିବା ବେଳେ ସେ ଏହା ପୂର୍ବରୁ ଦିଲ୍ଲୀ ଯାଇ ଫେରିଥିବା ଜଣାପଡିଛି । ବର୍ତ୍ତମାନ କୋରୋନା ଆକ୍ରାନ୍ତଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଥିବା ତେଲେଙ୍ଗାନା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।

ସେହିପରି ଶୁକ୍ରବାର ଉତ୍ତରପ୍ରଦେଶରେ ଆଉ 4 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଉତ୍ତରପ୍ରଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 47ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ 3ଜଣ ନଏଡାର ଥିବାବେଳେ ଜଣେ ଆଗ୍ରାର ଥିବା ଜଣାପଡିଛି ।

ଏହାଛଡା ବିହାରରେ ମଧ୍ୟ ଶୁକ୍ରବାର ଆଉ ଦୁଇ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ବିହାରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 9ରେ ପହଞ୍ଚିଛି ।

ପ୍ରକାଶ ଥାଉକି, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସାରା ଦେଶରେ 727 ଜଣ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ସମଗ୍ର ଦେଶରେ ବର୍ତ୍ତମାନ ସୁଦ୍ଧା କୋରୋନାରେ 16 ଜଣଙ୍କ ପ୍ରାଣ ହରାଇଛନ୍ତି ।

Last Updated : Mar 27, 2020, 10:18 AM IST

ABOUT THE AUTHOR

...view details