ନୂଆଦିଲ୍ଲୀ: ସଂସଦ ଭବନ ପରିସରରୁ ଗିରଫ ହେଲା ଦୁର୍ବୃତ୍ତ । 3 ଅଫୁଟା ଗୁଳି ସହ ସଂସଦ ଭବନରେ ପ୍ରବେଶ କରିବାର ପ୍ରୟାସ କରୁଥିଲା । ତେବେ ସୁରକ୍ଷାକର୍ମୀ ତାକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ । ସେପଟେ ପୋଲିସ ପଚରାଉଚାରା କରିବା ପରେ ତାକୁ ଛାଡି ଦେଇଥିବା ଜଣାପଡିଛି ।
ସଂସଦରେ ଅଫୁଟା ଗୁଳି ସହ ପ୍ରବେଶ କଲା ଯୁବକ - ସଂସଦ ଭବନରୁ ଦୁର୍ବୃତ୍ତ ଗିରଫ
ସଂସଦ ଭବନ ପରିସରରୁ ଗିରଫ ହେଲା ଦୁର୍ବୃତ୍ତ । 3 ଅଫୁଟା ଗୁଳି ସହ ସଂସଦ ଭବନରେ ପ୍ରବେଶ କରିବାର ପ୍ରୟାସ କରୁଥିଲା । ଅଧିକ ପଢନ୍ତୁ...
ସଂସଦ
ଗିରଫ ବ୍ୟକ୍ତି ନାଁ ଅଖ୍ତର ଖାନ ବୋଲି ଜଣାପଡିଛି । ସେ ଗୁରୁବାର ସନ୍ଧ୍ୟା ସମୟରେ ଗେଟ ନମ୍ବର 8 ଦେଇ ସଂସଦ ଭବନରେ ପ୍ରବେଶ କରିବାକୁ ପ୍ରୟାସ କରୁଥିଲା । ଯାଞ୍ଚ ସମୟରେ ସୁରକ୍ଷାକର୍ମୀ ତା ନିକଟରୁ ଅଫୁଟା ଗୁଳି ଜବତ କରିଥିଲେ । ତେବେ ସଂସଦ ଭବନ ଭିତରେ ପ୍ରବେଶ କରିବା ପୂର୍ବରୁ ଗୁଳି ବାହାରେ ରଖିବାକୁ ଭୁଲିଯାଇଥିବା ସେ ସୁରକ୍ଷାକର୍ମୀଙ୍କୁ କହିଥିଲା । ତଥାପି ସୁରକ୍ଷାକର୍ମୀ ତାକୁ ପୋଲିସକୁ ହସ୍ତାନ୍ତର କରିଥିଲେ ।
@ANI