ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କୋରୋନା ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ 18 ହଜାର 600 କୋରୋନା ସଂକ୍ରମିତ ହୋଇଥିବାବେଳେ 590 ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ସୋମବାର ରାଷ୍ଟ୍ରପତି ଭବନରେ ଜଣେ କୋରୋନା ଚିହ୍ନଟ ହୋଇଛନ୍ତି । ଫଳରେ 125ଟି ପରିବାର ଏବେ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରାଷ୍ଟ୍ରପତି ଭବନରେ କୋରୋନା ! - ରାଷ୍ଟ୍ରପତି ଭବନରେ କୋରୋନା ଚିହ୍ନଟ
ଦେଶର ସବୁଠାରୁ ସୁରକ୍ଷିତ ସ୍ଥାନ ରାଷ୍ଟ୍ରପତି ଭବନରେ ପହଞ୍ଚିଲା କୋରୋନା । 125 ପରିବାରଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ...
ରାଷ୍ଟ୍ରପତି ଭବନରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ ବୋହୂଙ୍କ ଠାରେ କୋରୋନା ଭାଇରସ ଚିହ୍ନଟ ହୋଇଛି । କିଛି ଦିନ ପୂର୍ବରୁ ଆକ୍ରାନ୍ତ ମହିଳାଙ୍କ ମାଆ କୋରୋନାରେ ମୃତ୍ୟୁବରଣ କରିଥିଲେ । ତାଙ୍କ ଅନ୍ତେଷ୍ଟିକ୍ରିୟାରେ ଯୋଗ ଦେଇଥିଲେ ଉକ୍ତ ମହିଳା ଜଣକ । ଏହା ପରେ ପୁରା ପରିବାରକୁ ଆଇସାଲେସନରେ ରଖାଯାଇଥିଲା । ସମସ୍ତଙ୍କ ନିକଟରେ ରିପୋର୍ଟ ନେଗେଟିଭ ରହିଥିବାବେଳେ ଉକ୍ତ ମହିଳାଙ୍କ ରିପୋର୍ଟ ପଜିଟିଭ ଆସିଛିି । ସେପଟେ କୋରୋନା ଚିହ୍ନଟ ପରେ ତାଙ୍କୁ ତୁରନ୍ତ ବିର୍ଲା ମନ୍ଦିର କମ୍ପ୍ଲେକ୍ସରେ ଭର୍ତ୍ତି କରାଯାଇଛି ।
ସୂଚନାନୁସାରେ, ରାଷ୍ଟ୍ରପତି ଭବନ ସହ କୋରୋନା ଆକ୍ରାନ୍ତ ମହିଳାଙ୍କ କୌଣସି ସିଧାସଳଖ ସମ୍ପର୍କ ନାହିଁ। ତଥାପି ସ୍ୱାସ୍ଥ୍ୟ ବିଭାଗ ସେହି କ୍ୟାମ୍ପସରେ ରହୁଥିବା 125 ପରିବାରକୁ କ୍ବାରେଣ୍ଟାଇନ କରିଛି। ଏଥିରେ, 25 ପରିବାର ସମାନ ବ୍ଲକର ଅଟନ୍ତି ଯେଉଁଠାରେ ଏହି ପରିବାର ବାସ କରନ୍ତି । ଏହି 25 ପରିବାରକୁ ଘରୁ ବାହାରକୁ ଯିବାକୁ ବାରଣ କରାଯିବା ସହ ସେମାନଙ୍କର ଖାଦ୍ୟ ରାଷ୍ଟ୍ରୀୟ ଭବନରୁ ଆସୁଛି |