ମୁମ୍ବାଇ: ମହାରାଷ୍ଟ୍ରର ଗଡଚିରୋଲୀ ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ । ଶୁକ୍ରବାର ସକାଳେ କୋଟି ଗାଁର ବ୍ରହ୍ମଗଡରେ ପୋଲିସ ଉପରେ ଆକ୍ରମଣ କରିଛି ନକ୍ସଲ । ଏହି ଆକ୍ରମଣରେ ଜଣେ କନେଷ୍ଟବଳ ଶହୀଦ ହୋଇଥିବା ବେଳେ ଅନ୍ୟ ଜଣେ କନେଷ୍ଟବଳ ଆହତ ହୋଇଥିବା ସୂଚନା ମିଳିଛି ।
ମାଓବାଦୀଙ୍କ ଆକ୍ରମଣରେ କନେଷ୍ଟବଳ ଶହୀଦ - ମହାରାଷ୍ଟ୍ରରେ ମାଓବାଦୀ ଆକ୍ରମଣ
ମହାରାଷ୍ଟ୍ରର ଗଡଚିରୋଲୀ ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ । ମାଓବାଦୀ ଆକ୍ରମଣରେ ଜଣେ କନେଷ୍ଟବଳ ଶହୀଦ ହୋଇଥିବା ବେଳେ ଅନ୍ୟ ଜଣେ କନେଷ୍ଟବଳ ଆହତ ଥିବା ସୂଚନା ମିଳିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମାଓବାଦୀ ଆକ୍ରମଣରେ କନେଷ୍ଟବଳ ଶହୀଦ
ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ ଘଟଣାଟି ପୂର୍ବ ମହାରାଷ୍ଟ୍ରରୁ 170 କିମି ଦୂରରେ ଘଟିଛି । ତେବେ ଏହି ଅଞ୍ଚଳରେ ଦୁଇ କନେଷ୍ଟବଳ ଦୋକାନକୁ ଯାଉଥିବା ବେଳେ ନସ୍କଲ 'ଆକ୍ସନ ଟିମ' ତାଙ୍କୁ ଆକ୍ରମଣ କରିଥିଲା । ଏହି ଘଟଣାରେ ଜଣେ କନଷ୍ଟେବଳ ଶହୀଦ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି ।
ଶହୀଦ ହୋଇଥିବା କନଷ୍ଟେବଳଙ୍କୁ ଦୁଶନ୍ତ ନନ୍ଦେଶ୍ୱର ଏବଂ ଆହତ ସହକର୍ମୀ ବିନୋଦ ଭୋସଲେ ବୋଲି ଜଣାପଡିଛି।