ଓଡିଶା

odisha

ETV Bharat / bharat

ରାୟଗଡ କୋଠା ଭୁଶୁଡିବା ଘଟଣା; ଜଣେ ଗିରଫ - Mahad building collapse case

ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ଏକ ପାଞ୍ଚ ମହଲା କୋଠା ଭୁଶୁଡ଼ିବା ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ପରେ ଅଭିଯୁକ୍ତଙ୍କୁ ପାଞ୍ଚ ଦିନିଆ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି ।

ରାୟଗଡ କୋଠା ଭୁଶୁଡିବା ଘଟଣା; ଜଣେ ଗିରଫ
ରାୟଗଡ କୋଠା ଭୁଶୁଡିବା ଘଟଣା; ଜଣେ ଗିରଫ

By

Published : Aug 26, 2020, 5:39 PM IST

ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ଏକ ପାଞ୍ଚ ମହଲା କୋଠା ଭୁଶୁଡ଼ିବା ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ପରେ ଅଭିଯୁକ୍ତଙ୍କୁ ପାଞ୍ଚ ଦିନିଆ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି । ଏହି ଘଟଣାରେ 16 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 9 ଜଣ ଆହତ ହୋଇଛନ୍ତି।

ଅବାନୀ କନସଲଟାଣ୍ଟର ଆରସିସିର ପରାମର୍ଶଦାତା ବାହୁବଲୀ ଟି ଧମନଙ୍କୁ ନାଭି ମୁମ୍ବାଇରୁ ଗିରଫ କରାଯାଇଥିଲା । ଏହାପରେ ତାଙ୍କୁ ବୁଧବାର ମଙ୍ଗଳା ସିଭିଲ କୋର୍ଟରେ ହାଜର କରାଯାଇ 5 ଦିନିଆ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି। ତେବେ ଏହି ମାମଲାରେ 5 ଜଣ ଅଭିଯୁକ୍ତ ରହିଛନ୍ତି । ସୋମବାର ଏହି ଘଟଣା ଘଟିଥିବା ବେଳେ ମଙ୍ଗଳବାର ଦିନ ବିଲଡର ଏବଂ ଆରକିଟେକ୍ଚରଙ୍କ ସମେତ ପାଞ୍ଚ ଜଣଙ୍କ ବିରୋଧରେ ପୋଲିସ ଏଇଆଇଆର ରୁଜୁ କରିଥିଲା । ତେବେ ଏହି ଦୁର୍ଘଟଣାର ମୁଖ୍ୟ ଅଭିଯୁକ୍ତ ବିଲଡର ଫାରୁକ୍ କାଜୀ ଫେରାର ଥିବା ବେଳେ ଅନ୍ୟ ତିନି ଜଣଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ।

ଅଗଷ୍ଟ 24 ରେ ରାୟଗଡ ମହଦ ସହରର କାଜଲପୁର ଅଞ୍ଚଳରେ ଥିବା ତାରିକା ଗାର୍ଡେନ୍ କୋଠା ଭୁଶୁଡି ପଡିଥିଲା। ଏହି ଦୁର୍ଘଟଣାରେ ଅତି କମରେ 16 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 8 ଜଣ ଆହତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ମହଦ ପୋଲିସ ଷ୍ଟେସନରେ 5 ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ବିଲଡର ଫାରୁକ୍ କାଜୀ, ଆରସିସି ପରାମର୍ଶଦାତା ବାହୁବଲୀ ଧମନ, ଆରକିଟେକ୍‌ଚର ଗୌରବ ଶାହା, ମହାଦ ନଗରନିଗମ ମୁଖ୍ୟ ଅଧିକାରୀ ଦୀପକ ଜିନ୍ଦାଲ ଏବଂ ଇଞ୍ଜିନିୟର ଶଶିକାନ୍ତ ଡିଜି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details