ନୂଆଦିଲ୍ଲୀ: ଗୁଇନ୍ଦା ବିଭାଗ (ଆଇବି) ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ବିଭାଗ । ଗିରଫ ଅଭିଯୁକ୍ତର ନାଁ ସଲମାନ ବୋଲି ଜଣାପଡିଛି । ବର୍ତ୍ତମାନ ଅଭିଯୁକ୍ତକୁ ପଚରାଉଚୁରା ଜାରି ରହିଛି । ଦିଲ୍ଲୀ ହିଂସା ସମୟରେ ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଥିଲା ।
ଅଙ୍କିତ ଶର୍ମା ହତ୍ୟା ଘଟଣା: ଅଭିଯୁକ୍ତ ସଲମାନକୁ ଗିରଫ କଲା ଦିଲ୍ଲୀ ପୋଲିସ - ଅଙ୍କିତ ଶର୍ମା ହତ୍ୟା ଘଟଣା
ଗୁଇନ୍ଦା ବିଭାଗ (ଆଇବି) ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଦିଲ୍ଲୀ ପୋଲିସ । 400 ଥର ଛୁରୀ ଭୁଷି ଅଙ୍କିତଙ୍କୁ କରାଯାଇଥିଲା ହତ୍ୟା । ଅଧିକ ପଢନ୍ତୁ...
ଅଙ୍କିତ ଶର୍ମା ହତ୍ୟା ଘଟଣା: ଅଭିଯୁକ୍ତ ସଲମାନକୁ ଗିରଫ କଲା ଦିଲ୍ଲୀ ପୋଲିସ
ଅଭିଯୁକ୍ତକୁ ସୁନ୍ଦର ନଗରୀରୁ ଗିରଫ କରାଯାଇଛି । ତେବେ ଏହି ଗିରଫ ଅଭିଯୁକ୍ତ ସଲମାନ 5ଟି ନାଁରେ ନିଜର ପରିଚୟ ଦେଇଆସୁଥିଲା । ପୂର୍ବରୁ ଦିଲ୍ଲୀ ହିଂସା ଘଟଣାରେ ଆମ ଆଦମି ପାର୍ଟିର ପୂର୍ବତନ କାଉନ୍ସିଲର ତାହିର ହୁସେନକୁ ଗିରଫ କରାଯାଇଛି । ନାଗରିକତା ସଂଶୋଧନ ଆଇନକୁ ନେଇ ଦିଲ୍ଲୀରେ ହିଂସା ସୃଷ୍ଟି ହେବା ସହ ପରେ ଏହା ଦଙ୍ଗାର ରୂପ ନେଇଥିଲା । ଏଥିରେ ବ୍ୟାପକ ଧନ ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ବେଳେ 52 ଜଣଙ୍କ ଜୀବନ ଯାଇଥିଲା ।
@ANI