ଥିରୁଅନନ୍ତପୁରମ: କେରଳର ମଲ୍ଲାପୁରମରେ ଗର୍ଭିଣୀ ହାତୀକୁ ହତ୍ୟା ଘଟଣାରେ ଜଣେ ଅପରାଧୀ ଗିରଫ। ଏନେଇ କେରଳ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କେ.ରାଜୁ ସୂଚନା ଦେଇଛନ୍ତି। ହତ୍ୟାକାରୀକୁ ଗୁରୁବାରଠୁ ପୋଲିସ ହେପାଜତରେ ରଖାଯାଇଛି ଏବଂ ବ୍ୟକ୍ତି ଜଣକ ହାତୀକୁ ହତ୍ୟା କରିଥିବା ସ୍ବୀକାର କରିଛି।
ଗର୍ଭିଣୀ ହାତୀ ହତ୍ୟା ଘଟଣା, ଜଣେ ଅପରାଧୀ ଗିରଫ - One accused arrested in connection with death of the pregnant elephant
କେରଳର ମଲ୍ଲାପୁରମରେ ଗର୍ଭିଣୀ ହାତୀକୁ ହତ୍ୟା ଘଟଣାରେ ଜଣେ ଅପରାଧୀ ଗିରଫ। ଏନେଇ କେରଳ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କେ.ରାଜୁ ସୂଚନା ଦେଇଛନ୍ତି।
କେରଳ ଗର୍ଭବତୀ ହାତୀ ମୃତ୍ୟୁ ଘଟଣା, ଜଣେ ଅପରାଧୀ ଗିରଫ
ସୂଚନା ଅନୁସାରେ, କେରଳର ମଲ୍ଲାପୁରମ୍ ଜିଲ୍ଲାରେ ଏକ ଗର୍ଭିଣୀ ହାତୀକୁ ସପୁରୀ ଭିତରେ ବାଣ ଭର୍ତ୍ତି କରି କିଛି ଲୋକ ଖାଇବାକୁ ଦେଇଥିଲେ। ଏହାକୁ ଖାଇବା ପରେ ହାତୀଟିର ପାଟିରେ ବିସ୍ଫୋରଣ ହେବା ସହ ଗଭୀର କ୍ଷତ ସୃଷ୍ଟି ହୋଇ ଦୀର୍ଘ ତିନି ଦିନ ପରେ ସେ ମୃତ୍ୟୁବରଣ କରିଥିଲା ।