ଓଡିଶା

odisha

ETV Bharat / bharat

ଦିଦିଙ୍କ ମଜାକ୍ ଉଡାଇଥିବା ପ୍ରିୟଙ୍କାଙ୍କୁ ଫଲୋ କଲେ ମୋଦି

ସୋସିଆଲ ମିଡିଆରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଜାଳିଆ ଫଟୋ ସେୟାର କରି ଚର୍ଚ୍ଚିତ ହୋଇଥିବା ପ୍ରିୟଙ୍କା ଶର୍ମାଙ୍କୁ ଫଲୋ କରୁଛନ୍ତି ପ୍ରଧାନମନ୍ତ୍ରୀ । ଯାହାକୁ ନେଇ ଟ୍ବିଟ୍ କରି ପ୍ରିୟଙ୍କା ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଡିଜାଇନ ଫଟୋ

By

Published : Jun 19, 2019, 12:18 PM IST


ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋ ବିକୃତ କରି ସେୟାର କରିବା ଅଭିଯୋଗରେ ଗିରଫ ହୋଇଥିବା ବିଜେପି ଯୁବନେତ୍ରୀ ପ୍ରିୟଙ୍କା ଶର୍ମାଙ୍କୁ ଟ୍ବିଟରରେ ଫଲୋ କରୁଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଫଲୋ କରୁଥିବା ଜାଣିବା ପରେ ମୋଦିଙ୍କୁ ଟ୍ୟାଗ କରି ଧନ୍ୟବାଦ ଜଣାଇଛନ୍ତି ପ୍ରିୟଙ୍କା ।

ଫଟୋ ସୌଜନ୍ୟ: ଟ୍ବିଟର@Priyankabjym

ପ୍ରିୟଙ୍କା ଟ୍ୟାଗ କରି ଲେଖିଛନ୍ତି, ଏହା ମୋ ପାଇଁ ବହୁତ ଆଶ୍ଚର୍ଯ୍ୟର କଥା ଅଟେ । ମୋତେ ଫଲୋ କରୁଥିବାରୁ ଧନ୍ୟବାଦ ନରେନ୍ଦ୍ର ମୋଦିଜୀ । ଏଥିପାଇଁ ମୁଁ ନିଜକୁ ଗୌରାବନ୍ବିତ ଅନୁଭବ କରୁଛି ।

ପ୍ରକାଶ ଯେ, ପ୍ରିୟଙ୍କା ଗତ କିଛି ମାସ ତଳେ ମମତାଙ୍କ ମଜାଳିଆ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହାକୁ ନେଇ ଟିଏମସି ନେତା ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପଶ୍ଚିମ ବଙ୍ଗ ପୋଲିସ ମମତାଙ୍କ ଛବି ସମାଜରେ ଖରାପ କରୁଥିବା ଅଭିଯୋଗରେ ଗିରଫ କରିଥିଲା । ଯାହାକୁ ନେଇ ସେ ସମୟରେ ବହୁ ହଙ୍ଗମା ଦେଖିବାକୁ ମିଳିଥିଲା ।

ABOUT THE AUTHOR

...view details