ଓଡିଶା

odisha

ETV Bharat / bharat

ଆଜିର ଦିନରେ ରକ୍ତ ରଞ୍ଜିତ ହୋଇଥିଲା ଲାଲବାଗ

19942 ମସିହା ଅଗଷ୍ଟ 18ରେ ରକ୍ତରେ ଭିଜି ଯାଇଥିଲା ଉତ୍ତରପ୍ରଦେଶର ଲାଲବାଗ ପାର୍କ । ଫିରଙ୍ଗିଙ୍କ ଗୁଳିରେ ଟଳିପଡିଥିଲେ ଅନେକ ସ୍ବାଧୀନତା ସଂଗ୍ରାମୀ ।

By

Published : Aug 18, 2019, 2:54 PM IST

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଲକ୍ଷ୍ନୌ: ଭାରତକୁ ସ୍ବାଧୀନତା କରିବାପାଇଁ ଅନେକ ବୀରପୁତ୍ର ମାନେ ନିଜର ବଳିଦାନ ଦେଇଛନ୍ତି । ଦେଶର ଅନେକ ସ୍ଥାନରେ ଇଂରେଜଙ୍କ ଗୁଳି ଖାଇ କେତେ ଯେ ବୀର ଟଳିପଡଛନ୍ତି । ସେଥିମଧ୍ୟରୁ ଉତ୍ତରପ୍ରଦେଶର ସୀତାପୁର ଲାଲବାଗ ପାର୍କର ଏକ ଭିନ୍ନ ଇତିହାସ ରହିଛି ।

ଅଗଷ୍ଟ 18 ତାରିଖ ଆଜିର ଦିନରେ ଲାଲବାଗ ପାର୍କରେ 6 ଜଣ ବୀର ପୁତ୍ର ଇଂରେଜଙ୍କ ଗୁଳି ଖାଇ ଟଳିପଡିଥିଲେ । ଆଉ ଶତାଧିକ ଆହତ ହୋଇଥିଲେ । ଦେଶକୁ ସ୍ବାଧୀନତା ଦେବା ପାଇଁ ହସି ହସି ସମସ୍ତେ ଗୁଳି ଖାଇଥିଲେ । ଆଜି ବି ଏହି ଘଟଣା ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ମନେପକାଉଛି । ଇଂରେଜ ମାନେ 1942 ମସିହା ଆଜିର ଦିନକୁ ଲାଲବାଗ ପାର୍କକୁ ଦ୍ବୀତିୟ ଜାଲିଆନାଓ୍ବାଲା ବାଗରେ ପରିଣତ କରିଥିଲେ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଲାଲବାଗର ଇତିହାସ

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆହ୍ବାନରେ ଶତାଧିକ ସ୍ବାଧୀନତା ସଂଗ୍ରାମୀ ସହର ମଧ୍ୟରେ ଥିବା ଲାଲବାଗ ପାର୍କରେ ଏକ ସଭା ପାଇଁ ଏକତ୍ରିତ ହୋଇଥିଲେ । ଇଂରେଜଙ୍କ ବିରୁଦ୍ଧରେ ଇନକିଲାବ ନାରା ଦେଇଥିଲେ । ଏହି ସଭା ନକରିବା ପାଇଁ ଇଂରେଜ ମାନେ ପୂର୍ବରୁ ମନା କରିଥିଲେ । କିନ୍ତୁ ଦେଶପ୍ରେମୀ ମାନେ ସେମାନଙ୍କର କୌଣସି ରୋକକୁ ଖାତିର କରିନକରି ଏହି ସବା ଜାରି ରଖିଥିଲେ । ଯାହାକୁ ନେଇ ପୋଲିସ ସେମାନଙ୍କ ଉପରେ ଲାଠି ଚାର୍ଜ କରିଥିଲା । ସ୍ବାଧୀନତା ସଂଗ୍ରାମୀ ମାନେ ମଧ୍ୟ ପାଲଟା ଜବାବରେ ପଥର ମାଡ କରିଥିଲେ । ଆଉ ପୋଲିସ ଏହାକୁ ରୋକିବା ପାଇଁ ଗୁଳି ବର୍ଷଣ କରିଥିଲେ । ଫିରଙ୍ଗୀଙ୍କ ବନ୍ଧୁକରୁ ବାହିରିଥିବା ଗୁଳି ପାର୍କରେ ଉପସ୍ଥିତ ଥିବା ଦେଶଭକ୍ତମାନଙ୍କ ଛାତି ଚିରି ଆରପାର ହୋଇଯାଇଥିଲା । ଆଉ କ୍ଷଣିକ ଭିତରେ ଚାଲିଯାଇଥିଲା 6 ଜୀବନ ଆଉ ଶତାଧିକ ଲୋକ ଗୁରୁତର ହୋଇଥିଲେ ।

ଜଙ୍ଗ-ଏ-ଆଜାଦୀର ମୂକସାକ୍ଷୀ ଏହି ପାର୍କ

ଲାଲବାଗ ପାର୍କରେ ସ୍ବାଧୀନତା ଆନ୍ଦୋଳନରେ ଶହୀଦ ହୋଇଥିବା ବୀର ପୁତ୍ରଙ୍କ ରକ୍ତରେ ଲାଲ ହୋଇଯାଇଥିଲା ଏହି ପାର୍କ । ଯେଉଁଥିପାଇଁ ଏହି ସ୍ଥାନର ନାଁ ରଖାଯାଇଥିଲା ଲାଲବାଗ ପାର୍କ । କିନ୍ତୁ ଏହାର ନାଁ ପରିବର୍ତ୍ତନ ହୋଇ ଏବେ ଶହୀଦ ପାର୍କ ରଖାଯାଇଛି । ଏଠାରେ ଶହୀଦ ସ୍ତମ୍ଭ ମଧ୍ୟ ସ୍ଥାପିତ ହୋଇଛି । ଯେଉଁଥିରେ ବୀର ସନ୍ତାନଙ୍କ ନାଁ ଉଲ୍ଲେଖ ରହିଛି ।

ABOUT THE AUTHOR

...view details