ଲକ୍ଷ୍ନୌ: ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ ଶୁକ୍ରବାର ଗୁଜୁରାଟ ଓ ଉତ୍ତରପ୍ରଦେଶର ପର୍ଯ୍ୟଟନ ମନ୍ତ୍ରୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶ୍ବର ସବୁଠୁ ଉଚ୍ଚତମ ମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟ ପରେ ଗୁଜୁରାଟର ନର୍ମଦା ନଦୀ କୂଳରେ କାଶିର ଗଙ୍ଗା ଆଳତୀ ସଦୃଶ ଆଳତୀ କରାଯିବ ।
ନର୍ମଦା ନଦୀ କୂଳରେ ହେବ ଭବ୍ୟ ଆରତୀ - ନର୍ମଦା ନଦୀ କୂଳରେ ହେବ ଭବ୍ୟ ଆରତୀ
ୟୁପିର ଅଧିକାଂଶ ପର୍ଯ୍ୟଟନସ୍ଥଳୀ ପ୍ରାକୃତିକ ଥିବାବେଳେ ଗୁଜୁରାଟର ସମସ୍ତ ପର୍ଯ୍ୟଟନସ୍ଥଳୀକୁ ପ୍ରାକୃତିକ ଭାବେ ନିର୍ମାଣ କରାଯାଇଛି । ତେବେ ଆଗକୁ କିପରି ଗୁଜୁରାଟର ପର୍ଯ୍ୟଟନ କ୍ଷେତ୍ରରେ ବିକାଶ କରାଯିବ, ସେ ନେଇ ୟୁପି ସହ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହେଇଯାଇଛି । ଅଧିକ ପଢନ୍ତୁ..

ଗୁଜୁରାଟର ପର୍ଯ୍ୟଟନ ମନ୍ତ୍ରୀ ଜବାହାର ଚାବଡା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇଚ୍ଛା ମୁତାବକ, ନର୍ମଦା ତଟରେ ଆଳତୀ ଆରମ୍ଭ କରିବା ପାଇଁ କାଶୀର ଭ୍ରମଣ କରାଯାଇଛି । ଏହି ଆଳତୀ ଆରମ୍ଭ ହେବା ନେଇ ୟୁପି ପର୍ଯ୍ୟଟନ ମନ୍ତ୍ରୀ ଡା. ନୀଳକଣ୍ଠ ତିଓ୍ବାରୀ ସମ୍ପୂର୍ଣ୍ଣ ସହଯୋଗ କରିବା ନେଇ ଆଶ୍ବାସନା ଦେଇଛନ୍ତି ।
ଏହି ବୈଠକରେ ଦୁଇଟି ରାଜ୍ୟର ସଂସ୍କୃତିକୁ ଉପସ୍ଥାପନା କରିବା ନେଇ ଆଲୋଚନା ହୋଇଥିଲା । ବୈଠକରେ ୟୁପି ପର୍ଯ୍ୟଟନ ମନ୍ତ୍ରୀ ଡା. ନୀଳକଣ୍ଠ ତିଓ୍ବାରୀଙ୍କୁ ଗୁଜୁରାଟ ପର୍ଯ୍ୟଟନ ମନ୍ତ୍ରୀ ଜବାହାର ଚାବଡା ଫେବୃଆରୀରେ ଅନୁଷ୍ଠିତ ହେବାକୁ ଥିବା ରଣୋତ୍ସବରେ ସାମିଲ ହେବା ନେଇ ନିମନ୍ତ୍ରଣ କରିଛନ୍ତି । ଗୁଜୁରାଟର ପରମ୍ପରା ଆଉ ୟୁପିର ଆସ୍ତାକୁ ମିଶାଇ କାଇଟ ଫେଷ୍ଟିଭାଲରେ ଗରବା, ନବ ଦୁର୍ଗା ଦର୍ଶନ, ନବରାତ୍ରୀ ମେଳା ସହିତ ଅନ୍ୟ ଆୟୋଜନ କରାଯିବ ।