ନୂଆଦିଲ୍ଲୀ: ଅନୁସୂଚିତ ଜନଜାତିଙ୍କ ପଦୋନ୍ନତି କିମ୍ବା ଚାକିରି ସଂରକ୍ଷଣକୁ ନେଇ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ । କେନ୍ଦ୍ର ସରକାରଙ୍କୁ ଘେରିଲେ ବିରୋଧୀ । ମୋଦି ସରକାର ସଂରକ୍ଷଣ ଓ କୋଟା ବ୍ୟବସ୍ଥା ଉପରେ ବିରୋଧ କରୁଥିବା କହି ଟାର୍ଗେଟ କରିଥିଲା କଂଗ୍ରେସ । ସେପଟେ, ଏହାର ଜବାବ ରଖିଛି ବିଜେପି। ଏହା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି କେନ୍ଦ୍ର ସରକାରଙ୍କର ନୁହେଁ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ଯାହାର ଉତ୍ତର ସମାଜ କଲ୍ୟାଣ ମନ୍ତ୍ରୀ ଅପରାହ୍ନ 2ଟା 15 ସମୟରେ ରଖିବେ ।
‘ଅନୁସୂଚିତ ଜାତି/ଜନଜାତିଙ୍କ ସଂରକ୍ଷଣକୁ ନେଇ ରାଜନୀତି କରୁଛି କଂଗ୍ରେସ’ - ଅନୁସୂଚିତ/ଜନଜାତିଙ୍କ ସଂରକ୍ଷଣ
ସରକାରୀ ଚାକିରିରେ ପଦୋନ୍ନତି ଓ କୋଟା ରହିବା ବ୍ୟବସ୍ଥାକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ । ସେପଟେ, ଏଭଳି ଏକ ସମ୍ବେଦନଶୀଳ ମାମଲାରେ କଂଗ୍ରେସ ରାଜନୀତି କରୁଥିବା କହିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଅଧିକ ପଢନ୍ତୁ...
ଅନ୍ୟପଟେ, ଅନୁସୂଚିତ/ଜନଜାତିଙ୍କୁ ନେଇ କଂଗ୍ରେସ ରାଜନୀତି କରିଥିବା କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଅପେକ୍ଷା କରନ୍ତୁ କିଛି ସମୟ ପରେ ଏନେଇ ସମାଜ କଲ୍ୟାଣ ମନ୍ତ୍ରୀ ଜବାବ ରଖିବେ ବୋଲି କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ । ସେପଟେ, ମଧ୍ୟାହ୍ନ ଭୋଜନ ପାଇଁ ଗୃହକୁ 2ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ ଲୋକସଭା ବାଚସ୍ପତି ।
ସୂଚନାଯୋଗ୍ୟ ଗତ ଶୁକ୍ରବାର ସୁପ୍ରିମକୋର୍ଟ କହିଥିଲେ, ସରକାରୀ ଚାକିରିରେ ପଦୋନ୍ନତି ଓ କୋଟା ରହିବା ବ୍ୟବସ୍ଥାକୁ ମୌଳିକ ଅଧିକାର ନୁହେଁ ବୋଲି ଘୋଷଣା କରିଥିଲେ । ଏପରିକି କୌଣସି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଏସସି, ଏସଟି ବର୍ଗର ଲୋକଙ୍କୁ ଚାକିରିରେ ସଂରକ୍ଷଣ ଦେବାକୁ ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ।