କାଠମାଣ୍ଡୁ: ସାରା ଦେଶ ପାଳନ କରୁଛି 71ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଆଡ ଉତ୍ସବ ମୁଖରିତ । ଭାରତର ଏହି ବିରାଟ ପର୍ବରେ ପଡୋଶୀ ଦେଶକୁ ସହାୟତାର ହାତ ବଢାଇଛି । ପଡୋଶୀ ନେପାଳକୁ ଉପହାର ପ୍ରଦାନ କରିଛି ଭାରତ। ରବିବାର ଗଣତନ୍ତ୍ର ଦିବସର ପବିତ୍ର ଅବସରରେ ନେପାଳର ଡାକ୍ତରଖାନା, ବେସରକାରୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନକୁ ୩୦ଟି ଆମ୍ବୁଲାନ୍ସ ଓ ୬ଟି ବସ ଉପହାର ସ୍ବରୂପ ପ୍ରଦାନ କରିଛି ଭାରତ।
ସାଧାରଣତନ୍ତ୍ର ଦିବସରେ ନେପାଳକୁ ଉପହାର, ଭାରତ ଦେଲା ୩୦ ଆମ୍ବୁଲାନ୍ସ, ୬ ବସ
ରବିବାର ଗଣତନ୍ତ୍ର ଦିବସର ପବିତ୍ର ଅବସରରେ ନେପାଳର ଡାକ୍ତରଖାନା, ବେସରକାରୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନକୁ ୩୦ଟି ଆମ୍ବୁଲାନ୍ସ ଓ ୬ଟି ବସ ଉପହାର ସ୍ବରୂପ ପ୍ରଦାନ କରିଛି ଭାରତ। ଅଧିକ ପଢନ୍ତୁ...
ଫାଇଲ ଫଟୋ
ସୂଚନା ଯେ, ନେପାଳ ରାଜଧାନୀରେ ଅବସ୍ଥିତ ଭାରତୀୟ ଦୂତାବାସରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି । ଦୂତାବାସ ଅଧିକାରୀ ଅଜୟ କୁମାର ଜାତୀୟ ପତାକା ଉତ୍ତୋଳନ କରିବା ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପ୍ରେରିତ ବାର୍ତ୍ତା ପାଠ କରିଥିଲେ ।
ଆମ୍ବୁଲାନ୍ସ ଓ ବସ ପ୍ରଦାନ ଭାରତ ଓ ନେପାଳ ମଧ୍ୟରେ ସାମାଜିକ-ଆର୍ଥିକ ସହାୟତା ପାଇଁ ନେପାଳ ସହ ଭାରତର ବନ୍ଧୁତ୍ବର ଉପହାର ବୋଲି କୁହାଯାଉଛି ।