ନୂଆଦିଲ୍ଲୀ: ଆଜି ଜେଲ୍ରେ ବର୍ଥ ଡେ ପାଳିବେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ । ଏହି ଅବସରରେ ବାପାଙ୍କୁ 74ତମ ଜନ୍ମଦିନର ଶୁଭେଚ୍ଛା ଜଣାଇ ବାପାଙ୍କୁ ଚିଠି ଲେଖିଛନ୍ତି କାର୍ତ୍ତି ଚିଦାମ୍ବରମ । INX ମିଡିଆ ମାମଲାରେ ତିହାର ଜେଲରେ ଚିଦାମ୍ବରମ ଥିବାବେଳେ ପୁଅ ଲେଖିଥିବା ଚିଠିରେ ଜନ୍ମଦିନର ଶୁଭେଚ୍ଛା କମ, ମୋଦି ସରକାରର ବିଫଳତା ବେଶୀ ବଖାଣିଛନ୍ତି।
ବାପାଙ୍କ ବର୍ଥ ଡେ ଚିଠିରେ ମୋଦି ସରକାରଙ୍କୁ ତାତ୍ସଲ୍ୟ
ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କ 74ତମ ଜନ୍ମଦିନ । ଏହି ଅବସରରେ ପୁଅ କାର୍ତ୍ତୀ ଚିଦାମ୍ବରମ ତାଙ୍କୁ ଚିଠି ଲେଖି ଶୁଭେଚ୍ଛା ଜଣାଇଛନ୍ତି।
ଚିଠିରେ ମୋଦି ସରକାରର ଦ୍ବିତୀୟ କାର୍ଯ୍ୟକାଳର 100ଦିନ ପୂର୍ତ୍ତି ବିଷୟରେ ସେ ଲେଖିଛନ୍ତି। ଏହା ସହ ‘ଚନ୍ଦ୍ରଯାନ-2’ର ଲ୍ୟାଣ୍ଡିଂ ଓ ମୋଦି, ଇସ୍ରୋ ପ୍ରମୁଖ କେ.ଶିବନଙ୍କୁ କୁଣ୍ଢାଇ ବୁଝାଉଥିବା କଥା ମଧ୍ୟ ଏଥିରେ ଉଲ୍ଲେଖ କରିଛନ୍ତି । ଏହା ସହିତ ପିୟୁଷ ଗୋଏଲଙ୍କ ଆଇନଷ୍ଟାଇନ ବୟାନକୁ ନେଇ ମଧ୍ୟ ଲେଖିଛନ୍ତି କାର୍ତ୍ତି।
କେବଳ ଏତିକି ନୁହେଁ ଜିଡିପି ହାର 5 ପ୍ରତିଶତ ହ୍ରାସକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଟାର୍ଗେଟ କରିଛନ୍ତି। ଅର୍ଥନୀତିର ମାନ୍ଦାବସ୍ଥା ଓ କାଶ୍ମୀର ପ୍ରସଙ୍ଗକୁ ନେଇ ମୋଦି ସରକାରକୁ ଟାର୍ଗେଟ କରିଛନ୍ତି। ଚିଦାମ୍ବରମ ଏବେ ତିହାର ଜେଲରେ ଥିବାବେଳେ ପରବର୍ତ୍ତୀ ଶୁଣାଣୀ ରୋଉଜ ଏଭିନ୍ୟୁରେ ସେପ୍ଟେମ୍ବର 19ରେ ଓ ଦିଲ୍ଲୀ ହାଇକୋର୍ଟରେ ସେପ୍ଟେମ୍ବର 23ରେ ହେବ । ଚିଦାମ୍ବରମ୍କୁ ଖୁବଶୀଘ୍ର ହାଇକୋର୍ଟରୁ ବେଲ ମିଳିଯିବ ବୋଲି ତାଙ୍କ ଓକିଲ ଆଶାବାଦୀ ଥିବା ବେଳେ ଇଡି INX ମିଡିଆ ମାମଲାରେ ତାଙ୍କୁ ଗିରଫ କରିବା ନେଇ ଆଶା କରାଯାଉଛି।