ଓଡିଶା

odisha

ETV Bharat / bharat

73 ବର୍ଷରେ ପଦାର୍ପଣ କଲେ କମଲନାଥ, ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା - ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କମଲନାଥଙ୍କ ଜନ୍ମଦିନ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଆଜି ହେଉଛି ଜନ୍ମଦିନ। ଏନେଇ ଛୁଟିଛି ନେତା ମନ୍ତ୍ରୀଙ୍କ ଶୁଭେଚ୍ଛାର ସୁଅ। ତେବେ ଏହି ଜନ୍ମଦିନକୁ ନିରାଡମ୍ବର ଭାବେ ପାଳିବାକୁ ଦଳୀୟ କର୍ମୀକୁ ପରାମର୍ଶ ଦେଇଛନ୍ତି ସେ । ଅଧିକ ଖବର ପଢନ୍ତୁ...

ଫାଇଲ ଫଟୋ

By

Published : Nov 18, 2019, 11:14 AM IST

ନୂଆଦିଲ୍ଲୀ: ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଜନ୍ମଦିନ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଆଜି 73 ବର୍ଷରେ ପଦାର୍ପଣ କରିଛନ୍ତି କମଲନାଥ ।

‘ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା, ମୁଁ ଭଗବାନଙ୍କ ପାଖରେ ତାଙ୍କ ଦୀର୍ଘଜୀବନର କାମନା କରୁଛି’ ବୋଲି ପିଏମ ମୋଦି ଟ୍ବିଟ କରି ଲେଖିଛନ୍ତି। ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସର ଏହି ବରିଷ୍ଠ ନେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି କମଲନାଥଙ୍କ ସହଯୋଗୀ ଦିଗବିଜୟ ସିଂ, କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶ୍ବନ ପ୍ରମୁଖ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ନିଜର ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ପରିବାର ସହ ଗୁପ୍ତକାଶୀ ମନ୍ଦିର ଯାଇ ଭଗବାନଙ୍କ ଦର୍ଶନ କରିଛନ୍ତି। ଜନ୍ମଦିନକୁ ବ୍ୟୟବହୁଳ ନକରିବା ସହ କୌଣସି ସ୍ଥାନରେ ପୋଷ୍ଟର ଓ ହୋର୍ଡିଂ ନଲଗାଇବାକୁ ଦଳୀୟକର୍ମୀଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ କମଳନାଥ।

ABOUT THE AUTHOR

...view details