ଓଡିଶା

odisha

ETV Bharat / bharat

ଜାନୁଆରୀ 14ରେ ନିର୍ଭୟା ଦୋଷୀଙ୍କ ଅନ୍ତିମ ଯାଚିକାର ଶୁଣାଣି - ନିର୍ଭୟା ଦୋଷୀଙ୍କ ଅନ୍ତିମ ଯାଚିକାର ଶୁଣାଣି

ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୁଇ ଦୋଷୀ ବିନୟ ଶର୍ମା ଓ ମୁକେଶଙ୍କ ପକ୍ଷରୁ ଆବେଦନ କରାଯାଇଥିବା ପୁର୍ନବିଚାର ଯାଚିକା ଉପରେ ଜାନୁଆରୀ 14ରେ ସୁପ୍ରିମକୋର୍ଟରେ ଶୁଣାଣି କରାଯିବ। 5 ଜଣିଆ ଖଣ୍ଡପୀଠ ଏହି ଯାଚିକାର ଶୁଣାଣି କରିବେ। ଅଧିକ ପଢନ୍ତୁ...

curative petition of the convicts
ନିର୍ଭୟା ଦୋଷୀଙ୍କ ଅନ୍ତିମ ଯାଚିକାର ଶୁଣାଣି

By

Published : Jan 11, 2020, 12:53 PM IST

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୁଇ ଦୋଷୀ ବିନୟ ଶର୍ମା ଓ ମୁକେଶଙ୍କ ପକ୍ଷରୁ ଆବେଦନ କରାଯାଇଥିବା ପୁର୍ନବିଚାର ଯାଚିକା ଉପରେ ଜାନୁଆରୀ 14ରେ ସୁପ୍ରିମକୋର୍ଟରେ ଶୁଣାଣି କରାଯିବ। 5 ଜଣିଆ ଖଣ୍ଡପୀଠ ଏହି ଯାଚିକାର ଶୁଣାଣି କରିବେ। ଏହି ଖଣ୍ଡପୀଠରେ ଜଷ୍ଟିସ ଏନଭି ରମନା, ଜଷ୍ଟିସ ଅରୁଣା ମିଶ୍ରା, ଜଷ୍ଟିସ ଆରଏଫ ନରୀମନ, ଜଷ୍ଟିସ ଆର୍ ବନୁମଥୀ ଓ ଜଷ୍ଟିସ ଅଶୋକ ଭୂଷଣ ପ୍ରମୁଖ ସାମିଲ ଅଛନ୍ତି।

ଯେତେବେଳେ ରାଷ୍ଟ୍ରପତିଙ୍କ ଦ୍ବାରା କ୍ଷମା ଆବେଦନକୁ ଖାରଜ କିମ୍ବା ସୁପ୍ରିମକୋର୍ଟରେ ପୁର୍ନବିଚାର ଯାଚିକା ଖାରିଜ କରାଯାଏ, ତାହେଲେ ଦୋଷୀ ପାଖରେ ଅନ୍ତିମ ସୁଯୋଗ ଥାଏ କ୍ୟୁରେଟିଭ୍ ଯାଚିକା ଦାଖଲ କରିବା ପାଇଁ। ଏହାର ରାୟ ପ୍ରକାଶ ପରେ ଦୋଷୀ କୌଣସି ଆବେଦନ କରିପାରିବ ନାହିଁ।

ଏହା ପୂର୍ବରୁ 1993ରେ ୟାକୁବ ମେନନଙ୍କ କ୍ୟୁରେଟିଭ୍ ପିଟିସନ ସ୍ବୀକାର କରିନେଇଥିଲେ। ସେ ସମୟରେ ସୁପ୍ରିମକୋର୍ଟ ବିଳମ୍ବିତ ରାତି ଯାଏଁ ଏହି ଯାଚିକାର ଶୁଣାଣି କରିଥିଲେ, ହେଲେ ପରେ ତାଙ୍କ ଫାଶୀ ଦଣ୍ଡ କୋହଳ କରାଯାଇନଥିଲା।

ABOUT THE AUTHOR

...view details