ନୂଆଦିଲ୍ଲୀ: ଭାରତ ଓ ଚୀନ ଭିତରେ ଲାଗି ରହିଛି ସୀମା ବିବାଦ। ପରିସ୍ଥିତି ଉତ୍ତେଜନାମୂଳକ ରହିଥିବା ବେଳେ ଯେକୌଣସି ମୁହୁର୍ତ୍ତରେ ଯୁଦ୍ଧ ହୋଇ ପାରେ। ମହାମାରୀ ସହ ଲଢୁଥିବା ଭାରତ ଚୀନକୁ ଚେକ୍ ଦେବାକୁ ଏହାର ସମସ୍ତ ସାମଗ୍ରୀ ଦେଶରେ ବଏକଟ କରିବାକୁ ପଣ କରିଛି।
ତେବେ ଏହାକୁ ସମର୍ଥନ କରି ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ବା ସିଆରପିଏଫର ଯବାନମାନେ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ଚୀନ ସାମଗ୍ରୀ ବଏକଟ ପାଇଁ ପ୍ରତିଶୃତି ନେଇଛନ୍ତି। ଯବାନ ମାନଙ୍କ ଦ୍ବାରା ପ୍ରସ୍ତୁତ ଏହି ଭିଡିଓ ହେଉଛି 'ଭାବପ୍ରବଣତା' ଏବଂ 'ଏହା ସରକାରୀ ଷ୍ଟାଣ୍ଡ' ନୁହେଁ ବୋଲି ବିଶ୍ବର ସର୍ବ ବୃହତ ସାମରିକ ବାହିନୀର ମୁଖପାତ୍ର କହିଛନ୍ତି।
ସିଆରପିଏଫ୍ ଏକ ବିବୃତ୍ତି ଜାରି କରି କହିଛି ଯେ, ଜୁନ୍ 2 ରୁ ଉତ୍ତର କାଶ୍ମୀରର ସୋପୋରର ଏକ ଫୋର୍ସ କ୍ୟାମ୍ପରେ କିଛି କର୍ମଚାରୀଙ୍କ ଚୀନ ସାମଗ୍ରୀ ବ୍ୟବହାର ନକରିବାକୁ ପ୍ରତିଶ୍ରୁତି ଦେଇଥିବା ଏକ ଭିଡିଓ ଭାଇରାଲ ହୋଇଛି।