ନୂଆଦିଲ୍ଲୀ: କୋରୋନା ପାଇଁ ମେଲ ବା ଏକ୍ସପ୍ରେସ ଟ୍ରେନରେ ପ୍ରଚଳିତ ଅନବୋର୍ଡ କ୍ୟାଟରିଂ ସେବାକୁ ବନ୍ଦ କରାଯିବ । ଏନେଇ ଭାରତୀୟ ରେଳବାଇ କ୍ୟାଟରିଂ ଓ ପର୍ଯ୍ୟଟନ ନିଗମ ଲିମିଟେଡ (IRCTC) ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି ସମସ୍ତ ଫୁଡ ପ୍ଲାଜା, ରିଫ୍ରେସମେଣ୍ଟ ରୁମ, ଜନ ଆହାର କେନ୍ଦ୍ର ଓ ସେଲ କିଚେନ ଗୁଡିକୁ ବନ୍ଦ ରଖିବାକୁ ଏଥିରେ ନିଷ୍ପତ୍ତି ହୋଇଛି । ପରବର୍ତ୍ତୀ ସୂଚନା ଜାରି ନହେବା ପର୍ଯ୍ୟନ୍ତ ଏହି ବନ୍ଦ କରାଯିବ ବୋଲି IRCTC କହିଛି ।