ଓଡିଶା

odisha

ETV Bharat / bharat

‘ବିବିଧତା ମଧ୍ୟରେ ଏକତା’ର ବାର୍ତ୍ତା ଦେଲେ ମମତା - On Big Day For Ayodhya, Mamata Banerjee's Post On "Unity In Diversity"

ରାମ ମନ୍ଦିର ଭୂମିପୂଜନ ଅବ୍ୟବହିତ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ନିଜ ମତ ରଖିଛନ୍ତି । ଦେଶର ଅନେକ ଧର୍ମାବଲମ୍ବୀ ଲୋକ ଅଛନ୍ତି । ଅନେକ କଳା ସଂସ୍କୃତି ଅଛି । ଦେଶ ବିବିଧତା ମଧ୍ୟରେ ଏକତା ବଜାୟ ରଖିଛି ।ଏହା ଆମକୁ ଆମ ପୂର୍ବ ପୁରୁଷ ଦେଇଛନ୍ତି । ତେଣୁ ଆମକୁ ଏହାର ସୁରକ୍ଷା କରିବା ଜରୁରୀ ।

ଭୂମି ପୂଜନ ପୂର୍ବରୁ "ବିବିଧତା ମଧ୍ୟରେ ଏକତା"ର ବାର୍ତ୍ତା ଦେଲେ ମମତା
ଭୂମି ପୂଜନ ପୂର୍ବରୁ "ବିବିଧତା ମଧ୍ୟରେ ଏକତା"ର ବାର୍ତ୍ତା ଦେଲେ ମମତା

By

Published : Aug 5, 2020, 1:54 PM IST

କୋଲକାତା: ଆରମ୍ଭ ହୋଇଯାଇଛି ଭବ୍ୟ ରାମ ମନ୍ଦିର ଭୂମି ପୂଜା । ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଛି ସମଗ୍ର ଅଯୋଧ୍ୟା ନଗରୀ । ହେଲେ ରାମ ମନ୍ଦିର ଭୂମିପୂଜନ ଅବ୍ୟବହିତ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ନିଜ ମତ ରଖିଛନ୍ତି । ଦେଶର ଅନେକ ଧର୍ମାବଲମ୍ବୀ ଲୋକ ଅଛନ୍ତି । ଅନେକ କଳା ସଂସ୍କୃତି ଅଛି । ଦେଶ ବିବିଧତା ମଧ୍ୟରେ ଏକତା ବଜାୟ ରଖିଛି । ଏହା ଆମକୁ ଆମ ପୂର୍ବ ପୁରୁଷ ଦେଇଛନ୍ତି । ତେଣୁ ଆମକୁ ଏହାର ସୁରକ୍ଷା କରିବା ଜରୁରୀ ।

ଭୂମି ପୂଜନ ପୂର୍ବରୁ "ବିବିଧତା ମଧ୍ୟରେ ଏକତା"ର ବାର୍ତ୍ତା ଦେଲେ ମମତା

ତେବେ ମମତାଙ୍କ ଏହି ବକ୍ତବ୍ୟ ସିଧା ସଳଖ ନହେଲେ ମଧ୍ୟ ବୁଲାଇ ବଙ୍କେଇ ପ୍ରଧାନମନ୍ତ୍ରୀଙ୍କ ଅଯୋଧ୍ୟା ଗସ୍ତକୁ ନେଇ କହିଛନ୍ତି । ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମ ପ୍ରତି ଏତେ ସମ୍ବେଦନଶୀଳ ନହେବାକୁ ପ୍ରଧାନମନ୍ତ୍ରୀଙ୍କୁ ସେ ପରୋକ୍ଷରେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଏହା ଟ୍ବିଟ କରିଛନ୍ତି ଯେ, ହିନ୍ଦୁ ମୁସଲିମ ଓ ଶିଖ ସମସ୍ତେ ଭାଇ ଭାଇ । ମୋ ଭାରତ ମହାନ, ମହାନ ଆମର ହିନ୍ଦୁସ୍ତାନ। ଦେଶ ବିବିଧତା ମଧ୍ୟରେ ଏକତା ବଜାୟ ରଖିଛି । ଏହା ଆମକୁ ଆମ ପୂର୍ବ ପୁରୁଷ ଦେଇଛନ୍ତି ଏବଂ ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ଆମେ ଏହାକୁ ବଜାୟ ରଖିବୁ ।

For All Latest Updates

ABOUT THE AUTHOR

...view details