ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ କଂଗ୍ରେସ ଛାଡି ବିଜେପି ମୁହାଁ ନେତା ବିଧାୟକ । ଧିରେ ଧିରେ କ୍ଷୀଣ ହେଉଛି ହାତ ବଳ । ଦଳପତିଙ୍କ ବିନା ନିମ୍ନଗାମୀ କଂଗ୍ରେସ । ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ନୂତନ ଅଧ୍ୟକ୍ଷ ପଦ ପାଇଁ ଚୟନ ପ୍ରକ୍ରିୟା ଏବେ ଚିନ୍ତା ଜନକ ପରିସ୍ଥିତିରେ । ଏପରିସ୍ଥଳେ ଆସନ୍ତା ୧୦ ତାରିଖରେ କଂଗ୍ରେସ ଓ୍ବାର୍କିଂ କମିଟି(ସିଡବ୍ଲ୍ୟୁସି)ର ଏକ ବୈଠକ ଡକାଯାଇଛି । ଦିଲ୍ଲୀସ୍ଥିତ ପାର୍ଟି ମୁଖ୍ୟାଳୟରେ ଏହି ବୈଠକ ବସିବ । ଏହି ବୈଠକରେ ନୂତନ ଅଧ୍ୟକ୍ଷ ଚୟନ ପାଇଁ ନିଷ୍ପତି ନିଆଯାଇପାରେ।
ଅଗଷ୍ଟ ୧୦ରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ବୈଠକ - cwc
ଆସନ୍ତା ୧୦ ତାରିଖରେ କଂଗ୍ରେସ ଓ୍ବାର୍କିଂ କମିଟି(ସିଡବ୍ଲ୍ୟୁସି)ର ଏକ ବୈଠକ ଡକାଯାଇଛି । ଦିଲ୍ଲୀସ୍ଥିତ ପାର୍ଟି ମୁଖ୍ୟାଳୟରେ ଏହି ବୈଠକ ହେବାକୁ ଥିବାବେଳେ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ନୂତନ ଅଧ୍ୟକ୍ଷ ଚୟନ ପାଇଁ ନିଷ୍ପତି ନିଆଯାଇପାରେ ।
ଫାଇଲ ଫଟୋ
ଅଧ୍ୟକ୍ଷ ପଦ ପାଇଁ ପ୍ରିୟଙ୍କା ଗାନ୍ଧୀଙ୍କ ନାମ ଚର୍ଚ୍ଚାର ସର୍ବାଗ୍ରେ ରହିଛି । ମାତ୍ର ରାହୁଲ ଗାନ୍ଧୀ ପୂର୍ବରୁ କୋର କମିଟିକୁ ନିଜ ପରିବାର ସଦସ୍ୟଙ୍କୁ ଅଧ୍ୟକ୍ଷ ନକରିବା କଥା ସ୍ପଷ୍ଟ କରିଥିଲେ ।
ସୂଚନା ଅନୁସାରେ ଅଗଷ୍ଟ ୧୦ରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ବୈଠକରେ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରାଯିବ । ଏହା ବ୍ୟତିରେକ ବରିଷ୍ଠ ନେତୃବୃନ୍ଦ ଦଳକୁ କି ଭଳି ଭାବରେ ପରିଚାଳିତ କରାଯିବ ସେ ସଂକ୍ରାନ୍ତରେ ଆଲୋଚନା କରିବେ । ଏଥିସହ ନୂତନ ଅଧ୍ୟକ୍ଷ ପଦ ଚୟନ କେଉଁ ପ୍ରକ୍ରିୟାରେ କରାଯିବ ସେ ନେଇ ବିଶଦ ପର୍ଯ୍ୟାଲୋଚନା କରାଯିବ ।