ଓଡିଶା

odisha

ETV Bharat / bharat

ରାଜସ୍ଥାନ ରାଜନୀତିରେ ଓମାର ଅବଦୁଲାଙ୍କ ଏଣ୍ଟ୍ରି, 'ପାଇଲଟଙ୍କ ବିଦ୍ରୋହରେ ନାହିଁ ଲିଙ୍କ' - ରାଜସ୍ଥାନ ରାଜନୀତି

ପାଇଲଟ ଓ ଗେହଲଟଙ୍କ ଝଗଡାରେ ବିନା କାରଣରେ ସେ ଓ ତାଙ୍କ ବାପା ଫାରୁକ ଅବଦୁଲ୍ଲାଙ୍କୁ ଟଣା ଯାଉଥିବା ଅଭିଯୋଗ କରିଛନ୍ତି ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ଭୁପେଶ ବାଘଲେଙ୍କୁ ପଠାଇବେ ନୋଟିସ । ଅଧିକ ପଢନ୍ତୁ...

ରାଜସ୍ଥାନ ରାଜନୀତିରେ ଓମାର ଅବଦୁଲାଙ୍କ ଏଣ୍ଟ୍ରି, 'ପାଇଲଟଙ୍କ ବିଦ୍ରୋହରେ ନାହିଁ ଲିଙ୍କ'
ରାଜସ୍ଥାନ ରାଜନୀତିରେ ଓମାର ଅବଦୁଲାଙ୍କ ଏଣ୍ଟ୍ରି, 'ପାଇଲଟଙ୍କ ବିଦ୍ରୋହରେ ନାହିଁ ଲିଙ୍କ'

By

Published : Jul 20, 2020, 7:42 PM IST

ଶ୍ରୀନଗର: ରାଜସ୍ଥାନ ରାଜନୀତିରେ ଏଣ୍ଟ୍ରି କରିଛନ୍ତି ଜମ୍ମୁ ଓ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ପାଇଲଟ ଓ ଗେହଲଟଙ୍କ ଝଗଡାରେ ବିନା କାରଣରେ ସେ ଓ ତାଙ୍କ ବାପା ଫାରୁକ ଅବଦୁଲ୍ଲାଙ୍କୁ ଟଣା ଯାଉଥିବା ଅଭିଯୋଗ କରିଛନ୍ତି ଓମାର ।

ଓମାର ଅବଦୁଲ୍ଲା ଟ୍ବିଟ କରି କହିଛନ୍ତି ଯେ ରାଜସ୍ଥାନରେ ସଚିନ ପାଇଲଟ ଯାହା ବି କରୁଛନ୍ତି ଏଥିରେ ଫାରୁକ ଅବଦୁଲ୍ଲାଙ୍କ ହାତ ରହିଥିବା ନେଇ ଯେଉଁ ମିଥ୍ୟା ପ୍ରଚାର ହେଉଛି, ଏଥିରେ ମୁଁ ବ୍ୟତିବ୍ୟସ୍ତ ହୋଇପଡିଛି । ଏହି ଘଟଣାରେ ସେ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ଟାର୍ଗେଟ କରିଛନ୍ତି । ତାଙ୍କ ଓକିଲ ବାଘେଲଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ଓମାର ।

ରାଜସ୍ଥାନ ରାଜନୀତିରେ ଓମାର ଅବଦୁଲାଙ୍କ ଏଣ୍ଟ୍ରି, 'ପାଇଲଟଙ୍କ ବିଦ୍ରୋହରେ ନାହିଁ ଲିଙ୍କ'

ଭୁପେଶ ବାଘେଲଙ୍କ ଆରୋପ

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ ଯେ ରାଜସ୍ଥାନ ଘଟଣାକ୍ରମର ସଠିକଭାବେ ଅଧ୍ୟୟନ କରାଯାଉନାହିଁ, କିନ୍ତ ଆଶ୍ଚର୍ଯ୍ୟର ବିଷୟରେ ଓମାର ଅବଦୁଲାଙ୍କୁ କଣ ପାଇଁ ବନ୍ଦୀ ମୁକ୍ତ କରାଗଲା ? ବାଘେଲ କହିଛନ୍ତି, ଓମାର ଓ ମେହବୁବା ମୁଫ୍ତିଙ୍କ ଗୋଟିଏ ଧାରାରେ ବନ୍ଦୀ କରାଯାଇଥିଲା । ଏବେ ବି ମେହବୁବା ଜେଲରେ ଥିବାବେଳେ ଓମାର କିନ୍ତୁ ଖାଲାସ ହୋଇସାରିଛନ୍ତି । ସଚିନ ପାଇଲଟ ଓ ଓମାର ଅବଦୁଲାଙ୍କ ମଧ୍ୟରେ ସମ୍ପର୍କ ଥିବାରୁ ଏହା ହୋଇଥିବା କହିଥିଲେ ବାଘେଲ ।

ଓମାରଙ୍କ ଭଉଣୀଙ୍କ ସଚିନ ପାଇଲଟଙ୍କ ହୋଇଛି ବିବାହ

ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିବାହ ଓମାର ଅବଦୁଲ୍ଲାଙ୍କ ଭଉଣୀ ସାରା ଅବଦୁଲ୍ଲାଙ୍କ ସହ ହୋଇଛି । ଓମାର ନିଜ ଟ୍ବିଟକୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ଓ୍ବାଘେଲ, ରାହୁଲ ଗାନ୍ଧୀ ଓ କଂଗ୍ରେସ ମୁଖପାତ୍ର ରଣଦୀପ ସୁରେଜଓ୍ବାଲାଙ୍କୁ ଟ୍ୟାଗ କରି ଖୁବ ଶୀଘ୍ର ଏବାବଦରେ ନୋଟିସ ଜାରି କରିବେ ବୋଲି କହିଛନ୍ତି ।

ABOUT THE AUTHOR

...view details