ଶ୍ରୀନଗର: ଅକ୍ଟୋବର ଶେଷ ସୁଦ୍ଧା ସରକାରୀ ଘର ଛାଡିବେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ଏନେଇ ଟ୍ବିଟ୍ କରି ଜଣାଇଛନ୍ତି ନିଜେ ଓମାର ।
ତେବେ ତାଙ୍କୁ ଘର ଛାଡିବା ପାଇଁ କୌଣସି ନୋଟିସ ଦିଆଯାଇନାହିଁ । ସେ ସ୍ବଇଚ୍ଛାରେ ଘର ଛାଡୁଥିବା ଟ୍ବିଟ୍ରେ ଦର୍ଶାଇଛନ୍ତି । ଏହାସହ ଘର ଛାଡିବା ନେଇ ସଚିବଙ୍କୁ ଲେଖିଥିବା ଚିଠି ମଧ୍ୟ ଟ୍ବିଟ୍ରେ ପୋଷ୍ଟ କରିଛନ୍ତି ।