ଓଡିଶା

odisha

ETV Bharat / bharat

ଜମ୍ମୁ କାଶ୍ମୀରରେ ନୂଆ ଜମି ଆଇନ ଲାଗୁକୁ ଓମାର ଅବଦୁଲ୍ଲାଙ୍କ ବିରୋଧ - omar abdullah

ଜମ୍ମୁ କାଶ୍ମୀରକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ବଡ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତିରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ଓମାର ଅବଦୁଲ୍ଲା
ଓମାର ଅବଦୁଲ୍ଲା

By

Published : Oct 27, 2020, 5:04 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ବଡ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଦେଶର ଯେକୌଣସି ନାଗରିକ ଜମ୍ମୁ କାଶ୍ମୀରରେ ଜମି କିଣି ପାରିବେ । ଏଥିପାଇଁ କୌଣସି ସ୍ଥାନୀୟ ପ୍ରମାଣପତ୍ର ଆବଶ୍ୟକ ହେବ ନାହିଁ। କେନ୍ଦ୍ର ଦ୍ବାରା ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରତିକ୍ରିୟା ଆରମ୍ଭ ହୋଇଛି। ଏହି ନିଷ୍ପତ୍ତିରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଓମାର ଅବଦୁଲ୍ଲା ଟ୍ବିଟ କରିଛନ୍ତି ଯେ ଜମ୍ମୁ କାଶ୍ମୀରରେ ଜମି ମାଲିକାନା ଆଇନରେ କରାଯାଇଥିବା ପରିବର୍ତ୍ତନ ଗ୍ରହଣୀୟ ନୁହେଁ। ବର୍ତ୍ତମାନ ଅଣ-ଚାଷ ଜମି ପାଇଁ ସ୍ଥାନୀୟ ପ୍ରମାଣ ଦେବାକୁ ପଡିବ ନାହିଁ । ବର୍ତ୍ତମାନ ଜମ୍ମୁ କାଶ୍ମୀରରେ ବିକ୍ରି ପାଇଁ ପ୍ରସ୍ତୁତ କିନ୍ତୁ ଗରିବ ଏବେ ଅସୁବିଧାର ସମ୍ମୁଖୀନ ହେବେ ।

ଏହା ବ୍ୟତୀତ ଓମାର ଅବଦୁଲ୍ଲା ଲେଖିଛନ୍ତି ଯେ ଲେହ ପରିଷଦର ଫଳାଫଳକୁ କେନ୍ଦ୍ର ସରକାର ଅପେକ୍ଷା କରିଥିଲେ । ଯେତେବେଳେ ବିଜେପି ଜିତିଗଲା ସେତେବେଳେ କେନ୍ଦ୍ର ଲଦାଖକୁ ସେଲରେ ଲଗେଇଦେଲେ ।

ପ୍ରକାଶଥାଉକି, ଜମ୍ମୁ କାଶ୍ମୀରକୁ ଗତ ବର୍ଷ ଧାରା 370 ରୁ ମୁକ୍ତ କରାଯାଇଛି । ଏହାପରେ ଜମ୍ମୁ କାଶ୍ମୀର 31 ଅକ୍ଟୋବର 2019 ରେ କେନ୍ଦ୍ରଶାସିତ ଅଞ୍ଚଳ ହୋଇଛି। ବର୍ତ୍ତମାନ କେନ୍ଦ୍ରଶାସିତ ଅଞ୍ଚଳ ହେବାର ଏକ ବର୍ଷ ପୂରଣ ହେବା ପରେ ଜମି କିଣାବିକା ନିୟମକୁ ପରିବର୍ତ୍ତନ କରାଯାଇଛି ।

ABOUT THE AUTHOR

...view details