ଓଡିଶା

odisha

ETV Bharat / bharat

ୟୁରୋପୀୟ ସଂସଦରେ ସିଏଏ: ଚିଠି ଲେଖି ପୁନର୍ବିଚାର ପାଇଁ କହିଲେ ବାଚସ୍ପତି

ୟୁରୋପୀୟ ସଂସଦରେ ଆଗତ ହେବାକୁ ଥିବା ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ବିରୋଧୀ ପ୍ରସ୍ତାବକୁ ନେଇ ୟୁରୋପୀୟ ସଂସଦର ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଲୋକସଭା ବାଚସ୍ପତି ଓମ ବିର୍ଲା । ଅଧିକ ପଢନ୍ତୁ...

By

Published : Jan 27, 2020, 11:51 PM IST

om-birla
ଓମ ବିରଲା

ନୂଆଦିଲ୍ଲୀ: ୟୁରୋପୀୟ ସଂସଦରେ ଆଗତ ହେବାକୁ ଥିବା ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ବିରୋଧୀ ପ୍ରସ୍ତାବକୁ ନେଇ ସଂସଦର ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଲୋକସଭା ବାଚସ୍ପତି ଓମ ବିର୍ଲା । ଏହା ଉପରେ ପୁନର୍ବିଚାର କରିବାକୁ ଅଧ୍ୟକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ବିର୍ଲା । ଏହା ସହିତ ଭାରତରେ ପ୍ରଣୟନ ହୋଇଥିବା ଆଇନ୍‌କୁ ୟୁରୋପୀୟ ସଂସଦ ସମ୍ମାନ କରିବା ଉଚିତ ବୋଲି ସେ କହିଛନ୍ତି ।

ୟୁରୋପୀୟ ସଂସଦର ଅଧ୍ୟକ୍ଷ ଡେଭିଡ ମାରିୟାଙ୍କୁ ଚିଠି ଲେଖି ବିରଲା କହିଛନ୍ତି, ସିଏଏ ଭାରତର ପଡୋଶୀ ଦେଶରେ ଧାର୍ମିକ ଉତ୍ପୀଡନର ଶିକାର ହେଉଥିବା ଲୋକଙ୍କୁ ନାଗରିକତ୍ବ ଦେବ । ଏହାର ଉଦ୍ଦେଶ୍ୟ କାହାଠାରୁ ନାଗରିକତ୍ବ ଛଡାଇବା ନୁହେଁ । ଭାରତୀୟ ସଂସଦର ଉଭୟ ସଦନରେ ଚର୍ଚ୍ଚା କରିବା ପରେ ଏହାକୁ ପାରିତ କରାଯାଇଛି ବୋଲି ସେ କହିଛନ୍ତି ।

ସିଏଏକୁ ସମ୍ମାନ କରିବାର ଉପଦେଶ ଦେଇ ସେ କହିଛନ୍ତି, ' ଇଣ୍ଟର ପାର୍ଲାମେଣ୍ଟରୀ ୟୁନିୟନର ସଦସ୍ୟ ହିସାବରେ ଆମକୁ ପରସ୍ପରର ଆଭ୍ୟନ୍ତରୀଣ ମାମଲାର ସମ୍ମାନ କରିବା ଉଚିତ । ବିଶେଷ କରି ଗଣତନ୍ତ୍ରରେ ଗୋଟିଏ ବ୍ୟବସ୍ଥାପିକା ଅନ୍ୟ ଏକ ବ୍ୟବସ୍ଥାପିକାର ପ୍ରଣାଳୀରେ ହସ୍ତକ୍ଷେପ କରିବା ଅନୁଚିତ । ଏହା ଏକ ଏଭଳି ପରମ୍ପରା ଯାହା ନିହିତ ସ୍ବାର୍ଥ ପାଇଁ ନିଶ୍ଚିତ ରୂପରେ ଦୁରୂପଯୋଗ କରାଯାଇପାରିବ । ଏହି ପରିପେକ୍ଷିରେ ସିଏଏ ବିରୋଧୀ ପ୍ରସ୍ତାବ ଉପରେ ପୁନର୍ବିଚାର କରିବାକୁ ମୁଁ ଅନୁରୋଧ କରୁଛି । ଏଭଳି କିଛି କରି ଆମ ମଧ୍ୟରୁ କିଏ ବି ଭୁଲ ଉଦାହରଣ ସୃଷ୍ଟି କରିବ ନାହିଁ ବୋଲି ମୋର ବିଶ୍ବାସ ରହିଛି ।'

ସୂଚନାଯୋଗ୍ୟ ଯେ, ୟୁରୋପୀୟ ସଂସଦରେ ୟୁରୋପୀୟ ମିଳିତ ବାମଦଳ ବା ନର୍ଡିକ ଗ୍ରୀନ ଲେଫ୍ଟ ଗ୍ରୁପ ସଦସ୍ୟ ସିଏଏ ବିରୋଧରେ ପ୍ରସ୍ତାବ ଆଗତ କରିଛନ୍ତି । ଆସନ୍ତା ବୁଧବାର ଏ ପ୍ରସଙ୍ଗରେ ଆଲୋଚନା ହେବ ଏବଂ ଏହାର ଦିନକ ପରେ ମତଦାନ ମଧ୍ୟ ହେବ । ହେଲେ ଭାରତ ଏହାକୁ ବିରୋଧ କରିଛି ।

ABOUT THE AUTHOR

...view details