ଓଡିଶା

odisha

ETV Bharat / bharat

ଝାଡଖଣ୍ଡ ବିଧାନସଭା ନିର୍ବାଚନ: ଚତୁର୍ଥ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ - Jharkhand Assembly Polls begin

ଝାଡଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଚତୁର୍ଥ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମୋଟ 221 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ।

Jharkhand Assembly Polls begin
ଫଟୋ ସୌଜନ୍ୟ: ଏଏନଆଇ

By

Published : Dec 16, 2019, 7:48 AM IST

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଚତୁର୍ଥ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ମୋଟ 4ଟି ଜିଲ୍ଲାର 15ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି । ଏଥିରେ ମୋଟ 221 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ସେଥିମଧ୍ୟରୁ 22 ଜଣ ମହିଳା ପ୍ରାର୍ଥୀ ରହିଥିବା ବେଳେ ଜଣେ ତୃତୀୟଲିଙ୍ଗୀ ରହିଛନ୍ତି । ତେବେ ଏହି ପର୍ଯ୍ୟାୟରେ ରାଜ୍ୟର 2 ପ୍ରମୁଖ ନେତା ଶ୍ରମମନ୍ତ୍ରୀ ରାଜ ପାଲିବାର ଏବଂ ଭୂମି ଏବଂ ରାଜସ୍ବ ମନ୍ତ୍ରୀ ଅମର କୁମାର ବୈରୀଙ୍କ ବାଗ୍ୟ ପରିକ୍ଷା ହେବ ।

15 ବିଧାନସଭା ଆସନ ମଧ୍ୟରୁ 3 ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିବାବେଳେ 12 ଆସନ ସାମାନ୍ୟ ବର୍ଗ ପାଇଁ ରହିଛି । ଏହି ପର୍ଯ୍ୟାୟରେ ମୋଟ 47,85,009 ଜଣ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ । ସେଥିମଧ୍ୟରୁ 22,44,134 ଜଣ ମହିଳା ଥିବା ବେଳେ ବେଳେ 81 ଜଣ ତୃତୀୟ ଲିଙ୍ଗୀ ରହିଛନ୍ତି । ସେମାନଙ୍କ ପାଇଁ ମୋଟ 6101 ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି ।

ସେପଟେ ମତଦାନ ପ୍ରକ୍ରିୟାରେ ଭାଗ ନେବାକୁ ଝାଡଖଣ୍ଡବାସୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗଣତନ୍ତ୍ରରେ ଏହି ପ୍ରକ୍ରିୟାରେ ଭାଗ ନେବାକୁ ଲୋକଙ୍କୁ ଅପିଲ କରିଛନ୍ତି ସେ ।

ABOUT THE AUTHOR

...view details