ନୂଆଦିଲ୍ଲୀ: ଆଉ ମାତ୍ର କିଛି ଦିନ ପରେ ଲୋକସଭା ନିର୍ବାଚନ। ନିର୍ବାଚନରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଜଣେ ଭୋଟରର ରହିଥାଏ। ଭୋଟ ଦେବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ। ଆଉ ଏହାକୁ ଖୁବ ଭଲ ଭାବେସମ୍ପନ୍ନ କରିଥାନ୍ତି ଭୋଟର । ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଭୋଟରଙ୍କ କଥା କହିବୁ ଯିଏ ବର୍ଷ ବର୍ଷ ଧରି ଭୋଟ ଦେଇ ଆସୁଛନ୍ତି । ସେମାନେ ହେଉଛନ୍ତି ଦେଶର ବୟସ୍କ ଭୋଟର ।
ଶ୍ୟାମ ସରଣ ନେଗୀ
ଶ୍ୟାମ ସରଣ ନେଗୀ ସ୍ବାଧୀନ ଭାରତର ପ୍ରଥମ ଭୋଟରଭାବେ ପରିଚିତ। 1951 ମସିହାରେ ସ୍ବତନ୍ତ୍ର ଭାରତରେ ପ୍ରଥମେ ଭୋଟ ଦେଇଥିଲେ ଶ୍ୟାମ ସରଣ। ସେବେଠାରୁ ସବୁ ଲୋକସଭା ନିର୍ବାଚନରେ ସେ ଭୋଟ ଦେଇ ଆସିଛନ୍ତି। ଆଉ ଆଜି କାଲିର ଯୁବପୀଢିଙ୍କୁ ଭୋଟ ଦେବା ପାଇଁ ପ୍ରୋତ୍ସାହିତ କରୁଛନ୍ତି । କିଛି ଦିନ ତଳେ ଶ୍ୟାମ ସରଣ ଖୁବ ଚର୍ଚ୍ଚାର ପରିସରକୁ ଆସିଥିଲେ। କାରଣ ତାଙ୍କ ନାମରେ ଯୋଡାଯାଇଥିଲା ମେଁ ଭି ଚୌକିଦାର। ପରବର୍ତ୍ତୀ ସମୟରେ ଏହାକୁ ପରିବର୍ତ୍ତନ କରାଯିବା ସହ ବିଜେପି ନେତା ତାଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ।
ଅଜିବେନ ଚନ୍ଦ୍ରବଦିୟା
ଦୁନିଆର ସବୁଠୁ ବୃଦ୍ଧା ଭୋଟରରୂପେ ଜଣାଶୁଣା ଅଜିବେନ। ଗୁଜୁରାଟ ରାଜକୋଟର ଏହି ବୃଦ୍ଧା 2017 ମସିହାରେ ଚର୍ଚ୍ଚାକୁ ଆସିଥିଲେ। ଗୁଜୁରାଟ ରାଜ୍ୟସଭା ନିର୍ବାଚନରେ ଭୋଟ ଦେବା ସମୟରେ ତାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଆଉ ଏହାର ଗୋଟିଏ ବର୍ଷ ପରେ ସେ ଆର ପାରିକୁ ଚାଲିଯାଇଥିଲେ । ସୂଚନା ଅନୁସାରେ,ଆଜିବେନ ନିଜ ହାତରେ 700 ରୁ ଊର୍ଦ୍ଧ୍ବ ଗର୍ଭବତୀଙ୍କୁ ପ୍ରସବ କରିଛନ୍ତି ।