ଲୋହରଦଗା: ଝାଡଖଣ୍ଡରେ ପିଲା ଚୋରି ଗୁଜବ ଥମିବାର ନାଁ ନେଉନାହିଁ । ପୁଣି ପିଲା ଚୋର ସନ୍ଦେହରେ ଓଡିଶାର ଜଣେ ବୃଦ୍ଧାଙ୍କୁ ମାଡ ମରାଯାଇଥିବା ଖବର ସମ୍ନାକୁ ଆସିଛି । ବୃଦ୍ଧାଙ୍କୁ ପ୍ରଥମେ ବନ୍ଦୀ କରାଯାଇ ମାଡ ମରିଥିବା ସୂଚନା । ପୋଲିସ ଖବର ପାଇ ତତ୍ପରତା ଦେଖାଇବା ସହ ବୃଦ୍ଧାଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରିଛି ।
ପିଲା ଚୋରି ଗୁଜବ; ମାନସିକ ବିକାରଗ୍ରସ୍ତ ଓଡିଆ ବୃଦ୍ଧାଙ୍କୁ ଝାଡଖଣ୍ଡରେ ମାଡ - ଲୋହରଦଗା
ପିଲା ଚୋର ସନ୍ଦେହରେ ମାନସିକ ବିକାରଗ୍ରସ୍ତ ଓଡିଆ ବୃଦ୍ଧାଙ୍କୁ ଝାଡଖଣ୍ଡର ଲୋହରଦଗାରେ ମାଡ ଅଭିଯୋଗ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ
ବୃଦ୍ଧା ଜଣକ ଓଡିଆ ଭାଷାରେ କଥା ହେଉଥିବା ବେଳେ ନିଜ ନାମ କହି ପାରୁନାହାଁନ୍ତି । ସେ ବେଳେବେଳେ ଝାଡସୁଗୁଡା ଜିଲ୍ଲା କୁକଡିର ନାମ ନେଉଛନ୍ତି । ମହିଳାଙ୍କ ବିଷୟରେ ଜାଣିବା ପାଇଁ ଝାରସୁଗୁଡା ପୋଲିସ ସହ ଯୋଗାଯୋଗ ଚାଲିଛି । ମହିଳାଙ୍କ ଠିକଣା ମିଳିବା ପରେ ତାଙ୍କୁ ସୁରକ୍ଷିତ ତାଙ୍କ ଘରକୁ ପଠାଇ ଦିଆଯିବା ନେଇ ପୋଲିସ ପ୍ରଶାସନ ସୂଚନା ଦେଇଛି ।