ଓଡିଶା

odisha

ETV Bharat / bharat

ଛାତ୍ରଙ୍କ ଆନ୍ଦୋଳନ ପୁରୁଣା ପରମ୍ପରାକୁ ଜୀବିତ କରିଛି: ଶଶି ଥରୁର୍ - ଜେଏନୟୁ ହିଂସା

ଜେଏନୟୁ ହିଂସା ବିକ୍ଷୋଭକୁ ସମର୍ଥନ କରିଛନ୍ତି ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ସାଂସଦ ଶଶି ଥରୁର । ଜାଣନ୍ତୁ ଏହି ଆନ୍ଦୋଳନକୁ ନେଇ କ'ଣ କହିଛନ୍ତି ସେ...

Sashi tharur opinion on JNU
ଫାଇଲ ଫଟୋ

By

Published : Jan 12, 2020, 11:40 AM IST

ନୂଆଦିଲ୍ଲୀ: ଜେଏନୟୁ ହିଂସା ଓ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦେଶର ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟରେ ବିରୋଧ ପ୍ରଦର୍ଶନ କରାଯାଉଛି । ଏହି ବିରୋଧକୁ ସମର୍ଥନ କରିଛନ୍ତି ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ସାଂସଦ ଶଶି ଥରୁର । ସେ କହିଛନ୍ତି, ଜେଏନୟୁ ହିଂସା ଓ ସିଏଏକୁ ବିରୋଧ କରି ଛାତ୍ରଙ୍କୁ ରାସ୍ତା ଉପରକୁ ଆସିବା ଦେଶର ପୁରୁଣା ପରମ୍ପରାକୁ ଉଜ୍ଜୀବିତ କରିଛି ।

କଂଗ୍ରେସ ନେତା ଥରୁର୍ କହିଛନ୍ତି କି, ଭାରତରେ ଗୋଟିଏ ଧର୍ମ ଓ ଜାତି ନଥାଇ ବି ଏଠାରେ ଲୋକେ ଏକତା ବଜାୟ ରଖନ୍ତି । ଜେଏନୟୁ ହିଂସାରେ ଛାତ୍ର ରାସ୍ତାକୁ ଓହ୍ଲେଇଆସିଲେ । ଏହି ବିରୋଧ ପ୍ରଦର୍ଶନରେ ରାଜନୀତିରେ ସାମିଲ ନଥିବା କଲେଜ ମଧ୍ୟ ସାମିଲ ହେବା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ।

‘ଯେତେବେଳେ ମୁଁ କଲେଜରେ ଥିଲି ସେ ସମୟରେ ପ୍ରକାଶ ନାରାୟଣଙ୍କ ଆନ୍ଦୋଳନ ଚାଲୁଥିଲା । ଆମେ ଅଣରାଜନୈତିକ ସଙ୍ଗଠନ ହୋଇଥିବାରୁ ସାମିଲ ହୋଇନଥିଲୁ ମାତ୍ର ଅନ୍ୟ ଛାତ୍ର ସଙ୍ଗଠନ ଏଥିରେ ସାମିଲ ଥିଲା’। ଗାନ୍ଧିଜୀ ମଧ୍ୟ ‘ଭାରତଛାଡ’ ଆନ୍ଦୋଳନ କଲେଜରୁ ହିଁ ଆରମ୍ଭ କରିଥିଲେ । ଏଥିରେ ସେଣ୍ଟ ଷ୍ଟିଫେନ୍ସ କଲେଜର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ବୋଲି ସେ କହିଛନ୍ତି ।

ବିରୋଧ ପ୍ରଦର୍ଶନ ପରମ୍ପରାଗତ ରାଜନୈତିକ ସୀମାକୁ ଭାଙ୍ଗି ସାରିଛି ଓ ଯୁବକଙ୍କ ନେତୃତ୍ବକୁ ଗୁରୁତ୍ବ ଦେଇଛି । ଛାତ୍ର ଯାହା ବି କରିଛନ୍ତି, ଏଥିରେ ସେମାନଙ୍କ ଚିନ୍ତା ବାରି ହୋଇପଡିଛି ଓ ଶାସକ ଦଳ ଏବିଭିପିକୁ ବ୍ୟବହାର କରି ଛାତ୍ରଙ୍କୁ ଦବାଇବାକୁ ଚେଷ୍ଟା କରିଛି ।

ABOUT THE AUTHOR

...view details