ଓଡିଶା

odisha

ETV Bharat / bharat

ଲକଡାଉନ 2.0: ପୁରୁଣା ସିରିଏଲର ପୁନରାବୃତ୍ତି - କୋଭିଡ 19

ଅତୀତରେ ଅଧିକ ଟିଆରପି କିମ୍ବା ଲୋକଙ୍କ ପ୍ରିୟ ସିରିଏଲ ପାଲଟିଥିଲା ସେସବୁ ରିପିଟ ହେଉଛି । ଏହାସହ ବର୍ତ୍ତମାନ ପ୍ରସାରଣର ସମୟ ଏକ ଘଣ୍ଟା ରହିଛି । ଅଧିକ ପଢନ୍ତୁ...

ଲକଡାଉନ 2.0: ପୁରୁଣା ସିରିଏଲର ପୁନରାବୃତ୍ତି
ଲକଡାଉନ 2.0: ପୁରୁଣା ସିରିଏଲର ପୁନରାବୃତ୍ତି

By

Published : Apr 24, 2020, 6:41 AM IST

ହାଇଦ୍ରାବାଦ: ଲକଡାଉନ ଯେପରି ରିପିଟ ଟେଲିକାଷ୍ଟ ପାଲଟିଛି । ଅନେକ ପୁରୁଣା ଶୋ ଓ ସିରିଏଲ ପୁଣିଥରେ ପ୍ରସାରିତ ହେଉଛି । ପ୍ରାୟ ଅଧିକାଂଶ ଟିଭି ଚ୍ୟାନେଲରେ ପୁରୁଣା ସିରିଏଲ ଦେଉଛି । କିଛି ଚ୍ୟାନେଲରେ ନୂଆ ସିରିଏଲ ମୂଳରୁ ଆରମ୍ଭ ହୋଇଛି ।

ତେବେ ବଡ କଥା ହେଉଛି ଏ ସମସ୍ତ ସିରିଏଲ ଆପଣଙ୍କ ମନ ପସନ୍ଦର ସିରିଏଲ । ଯାହା ଅତୀତରେ ଅଧିକ ଟିଆରପି କିମ୍ବା ଲୋକଙ୍କ ପ୍ରିୟ ସିରିଏଲ ପାଲଟିଥିଲା ସେସବୁ ରିପିଟ ହେଉଛି । ଏହାସହ ବର୍ତ୍ତମାନ ପ୍ରସାରଣର ସମୟ ଏକ ଘଣ୍ଟା ରହିଛି । ଫଳରେ ଅଳ୍ପ ବ୍ରେକରେ ଘଣ୍ଟାଏ ଧରି ଆପଣ ନିଜ ପସନ୍ଦର ସିରିଏଲର ମଜା ନେଇପାରିବେ । ସରକାର ଦୂରଦର୍ଶନରେ କିଛି ପୁରୁଣା ଲୋକପ୍ରିୟ ଶୋ ଆରମ୍ଭ କରିଛନ୍ତି । ବାକି ଅନେକ ପ୍ରାଇଭେଟ ଚ୍ୟାନେଲ ନିଜର ଟପ ସିରିଏଲକୁ ପୁଣି ଷ୍ଟାର୍ଟ କରିଛନ୍ତି ।

ଏଥିରେ ରହିଛି ଷ୍ଟାର ପ୍ଲସର ଇସ ପ୍ୟାର କୋ କ୍ୟା ନାମ ଦୁଁ । ଲୋକପ୍ରିୟର ଶୀର୍ଷରେ ଥିବା ଏହି ସିରିଏଲ ଦେଖିବାକୁ ପୁଣି ଲୋକଙ୍କ ମନରେ ଆଗ୍ରହ ସୃଷ୍ଟି ହୋଇଛି । ଷ୍ଟାର ପ୍ଲସର ମହାଭାରତ ମଧ୍ୟ ପପୁଲାରିଟି ହାସଲ କରୁଛି । କମେଡିଆନ କପିଳଙ୍କ ଶୋ ଏବେ 2ଟି ଚ୍ୟାନେଲରେ ରିପିଟ ହେଉଛି । କଲର୍ସରେ କମେଡି ନାଇଟ୍ସ ୱିଥ କପିଲ ଏବଂ ସୋନିରେ ଦ କପିଲ ଶର୍ମା ଶୋ । ସେହିପରି କଲର୍ସର ଲୋକପ୍ରିୟ ରୋମାଣ୍ଟିକ ସିରିଏଲ ଦିଲ ସେ ଦିଲ ତକ ପୁଣି ସନ୍ଧ୍ୟାରେ ପ୍ରସାରଣ ହେଉଛି । ଏହାସହ ବିଭିନ୍ନ ୱେବ ଚ୍ୟାନେଲରେ ଅନେକ ସିରିଜ ପୁଣିଥରେ ଆରମ୍ଭ ହୋଇଛି ।

ଘରେ ବସି ଦର୍ଶକ ବିରକ୍ତ ଓ ବୋରିଂ ହେଉଥିବାବେଳେ ଏପରି ଲୋକପ୍ରିୟ ସିରିଏଲ ପୁନଃପ୍ରସାରଣର ନିଷ୍ପତ୍ତି ନେଇଛନ୍ତି କିଛି ଚ୍ୟାନେଲ । ଯାହା ପୁଣିଥରେ ଦର୍ଶକଙ୍କ ମଧ୍ୟରେ ଆଦୃତ ଲାଭ କରୁଛି । କାମ ଚାପରେ ଅତୀତରେ ଯଦି ଆପଣ ନିଜ ପସନ୍ଦର ସିରିଏଲ ଦେଖିନଥିବେ ଅବା ଅଧାରୁ ବନ୍ଦ କରିବାକୁ ବାଧ୍ୟ ହୋଇଥିବେ ତେବେ ଏବେ ସେସବୁ ପୁରା କରିଦେବାର ସମୟ ଆସିଯାଇଛି ।

ABOUT THE AUTHOR

...view details