ନୂଆଦିଲ୍ଲୀ: ସଂଧ୍ୟା ହେଲେ ଜମେ ଲୋକଙ୍କ ଭିଡ । ପିଲା ଠାରୁ ବୁଢା ସମସ୍ତେ ହୁଅନ୍ତି ଏକାଠି । ହେଲେ ଆମେ ଆପଣଙ୍କୁ କୌଣସି ପାର୍କ କିମ୍ବା ଗାର୍ଡେନ କଥା କହୁନୁ। ଆଣେ କହୁଛୁ ପୁରୁଣା ଦିଲ୍ଲୀର ହଜରତ ଶାହା ୱାଲିଉଲାହ ପବ୍ଲିକ ଲାଇବ୍ରେରୀ କଥା । ଯେଉଁଠି ପ୍ରତିଦିନ ଏକାଠି ହୁଅନ୍ତି 25ରୁ 30 ଲୋକ । ଏକାଠି ହେବା ପରେ ବହି ପଢିବା ସହ ନିଜ ନିଜ ଭିତରେ ହୁଏ ଭାଷା ଆଦାନ ପ୍ରଦାନ । ଅନେକ ଅଜଣା ଭାଷା ବି ନିଜର ନିଜର ଲାଗିଥାଏ ବୋଲି କହନ୍ତି ଏଠାକୁ ଆସୁଥିବା ଲୋକେ।
1994 ମସିହାରେ କିଛି ବହିକୁ ନେଇ ଆରମ୍ଭ ହୋଇଥିଲା ଏହି ଲାଇବ୍ରେରୀ । ପାଠାଗାରର ପ୍ରତିଷ୍ଠାତା ନିଜେ ବହି ଆଣି ଲାଇବ୍ରେରୀ ବନାଇବାର ସ୍ବପ୍ନ ଦେଖିଥିଲେ ବୋଲି କୁହନ୍ତି ଦିଲ୍ଲୀ ୱେଲଫେୟାର ଆସୋସିଏସନର ଅଧ୍ୟକ୍ଷ ସିକନ୍ଦର ଚେଙ୍ଗେଜି । ଏହାପର ଠାରୁ ଅନେକ ଲୋକ ବହି ଦାନ କରିଥାନ୍ତି । ବର୍ତ୍ତମାନ ଲାଇବ୍ରେରୀରେ 21 ହଜାର ବହି ରହିଛି । ଲାଇବ୍ରେରୀରେ ସାତ ଶହ ବର୍ଷର ଆରବିକ ଲଜିକ ବହି ମଧ୍ୟ ରହିଛି । ଏହାସହ ଉର୍ଦ୍ଦୁ ଭାଷାରେ ଭାଗବତ ଗୀତା, ହିନ୍ଦିରେ କୋରାନ ଓ ପାର୍ସି ଭାଷାରେ ରାମାୟଣ ରହିଥିବା ଏହି ଲାଇବ୍ରେରୀ ପାଠକଙ୍କୁ ନିଜ ଆଡକୁ ଟାଣିଆଣେ ।