ଭୁବନେଶ୍ବର: ଓଜେଇଇ ନିଟ୍ ପାଇଁ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି କାଉନସେଲିଂ ପ୍ରକ୍ରିୟା । ଡାକ୍ତରୀ ପାଠ୍ୟକ୍ରମ ଏମବିବିଏସ ଓ ବିଡିଏସ କାଉଁସେଲିଂ ଆରମ୍ଭ ନେଇ ଅଫିସିଆଲ ୱେବସାଇଟ( https://odishajee.com or https://odishajee.com/info.php?crs=MBBS-BDS)ରେ ଘୋଷଣା କରାଯାଇଛି ।
ରେଜିଷ୍ଟ୍ରେସନ ଏବଂ ଡକ୍ୟୁମେଣ୍ଟଗୁଡିକର ଅନଲାଇନ୍ ଆବେଦନ ଓ ଯାଞ୍ଚ ଆରମ୍ଭ ହୋଇଛି | ନଭେମ୍ବର 10ରୁ 18 ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ । ଯେଉଁ ଛାତ୍ରଛାତ୍ରୀମାନେ ନିଟ୍ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି ଏବଂ ରାଜ୍ୟ କୋଟା କାଉନସେଲିଂ ପ୍ରକ୍ରିୟା ପାଇଁ ଆବେଦନ କରିବାକୁ ଇଚ୍ଛୁକ, ସେମାମନେ ସମ୍ପୂର୍ଣ୍ଣ ତଥ୍ୟ ପାଇଁ ଅଫିସିଆଲ ୱେବସାଇଟ ପାଇପାରିବେ ।