ଓଡିଶା

odisha

ETV Bharat / bharat

ଅଗଷ୍ଟ 16 ସୁଦ୍ଧା ପରୀକ୍ଷାକେନ୍ଦ୍ରର ପରିବର୍ତ୍ତନ କରିପାରିବେ ଓଜେଇଇ ପରୀକ୍ଷାର୍ଥୀ - ଓଜେଇଇ ପ୍ରବେଶିକା ପରୀକ୍ଷା କେନ୍ଦ୍ର

ବର୍ତ୍ତମାନ ଓଜେଇଇ ପୋର୍ଟାଲକୁ ଯାଇ ନିଜର ଆଇଡି ଲଗଇନ୍ କରି ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରି ପାରିବେ ପରୀକ୍ଷାର୍ଥୀ । ତେବେ ଏହି ପରୀକ୍ଷାକେନ୍ଦ୍ର ପରିବର୍ତ୍ତନର ଅନ୍ତିମ ତାରିଖ ଅଗଷ୍ଟ 16 ତାରିଖ ରହିଛି ।

ଓଜେଇଇ
ଓଜେଇଇ

By

Published : Aug 14, 2020, 3:28 PM IST

ଭୁବନେଶ୍ବର: ଓଡିଶା ବାହାରେ ଓଜେଇଇ ପ୍ରବେଶିକା ପରୀକ୍ଷାର 3ଟି ଅନଲାଇନ ପରୀକ୍ଷା କେନ୍ଦ୍ର ଖୋଲିଯାବ ବୋଲି ସୂଚନା ଦେଇଛନ୍ତି ଜେଇଇ କର୍ତ୍ତୃପକ୍ଷ । ବୋର୍ଡ ନିଷ୍ପତ୍ତି ଅନୁସାରେ ଝାଡଖଣ୍ଡର ରାଞ୍ଚିରେ, ବିହାରର ପାଟନାରେ ଓ ପଶ୍ଚିମବଙ୍ଗର କୋଲକତାରେ ପରୀକ୍ଷାର୍ଥୀଙ୍କ ପାଇଁ ଅନଲାଇନ ସେଣ୍ଟର ଖୋଲାଯିବ ।

କୋଭିଡ ମହାମାରୀ କାରଣରୁ ପରୀକ୍ଷାକେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯାଇଛି । ରାଜ୍ୟରେ ନୂତନ 6ଟି ଅନଲାଇନ କେନ୍ଦ୍ର ବଲାଙ୍ଗୀର, ପାରାଳାଖେମୁଣ୍ଡି, ଜଗସିଂହପୁର, ଜୟପୁର, ନୟାଗଡ ଓ ଫୁଲବାଣୀକୁ ମିଶାଇ ଓଡିଶାରେ 21ଟି କେନ୍ଦ୍ର ରହିଛି ।

ସୂଚନାଥାଉକି, ଯେଉଁ ପରୀକ୍ଷାର୍ଥୀମାନେ ଅନଲାଇନ ଅବେଦନ କରି ସାରିଛନ୍ତି, ସେମାନେ ବର୍ତ୍ତମାନ ଓଜେଇଇ ପୋର୍ଟାଲକୁ ଯାଇ ନିଜର ଆଇଡି ଲଗଇନ୍ କରି ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରି ପାରିବେ । ତେବେ ଏହି ପରୀକ୍ଷାକେନ୍ଦ୍ର ପରିବର୍ତ୍ତନର ଅନ୍ତିମ ତାରିଖ ଅଗଷ୍ଟ 16 ତାରିଖ ରହିଛି ।

ପରୀକ୍ଷାର୍ଥୀମାନେ ଓଜେଇଇର ଅଫିସିଆଲ ସାଇଟକୁ ଯାଇ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ସମ୍ପୂର୍ଣ୍ଣ ବିବରଣୀ ଦେଖିପାରିବେ ।

ମହାମାରୀ ଯୋଗୁଁ ସାରା ଦେଶରେ ଅନଲାଇନ ମାଧ୍ୟମରେ ପରୀକ୍ଷାର୍ଥୀମାନେ ପ୍ରବେଶିକା ପରୀକ୍ଷାର ବ୍ୟବସ୍ଥା କରାଯାଇଛି । ଏଥିସହ ପରୀକ୍ଷାର୍ଥୀଙ୍କୁ ଦିଆଯାଇଥିବା ସୁରକ୍ଷା ନିର୍ଦ୍ଦେଶାବଳୀ ମାନିବାକୁ ଅଧିକାରୀ କହିଛନ୍ତି ।

ABOUT THE AUTHOR

...view details