ହାଇଦ୍ରାବାଦ: କୁହାଯାଏ ପ୍ରଭୁ ହନୁମାନଙ୍କୁ ଆରାଧନା ପାଇଁ ମଙ୍ଗଳବାର ହେଉଛି ସର୍ବୋକୃଷ୍ଟ । ଏହିଦିନ ଅନେକ ସଂଖ୍ୟକ ଭକ୍ତ ହନୁମାନ ମନ୍ଦିର ଆସିଥା'ନ୍ତି । ବଜରଙ୍ଗବଲିଙ୍କୁ ପ୍ରସନ୍ନ କରିବା ପାଇଁ କିଏ ମନ୍ତ୍ର ଜପ କରିଥାଆନ୍ତି ତ ଆଉ କିଏ ହନୁମାନ ଚାଳିଶା ପାଠ କରିଥାଏ । ତେବେ ଆଜି ଆମେ ହନୁମାନଙ୍କୁ ପ୍ରସନ୍ନ କରିବାପାଇଁ ଏମିତି କିଛି ଉପାୟ କହିବୁ ଯାହାଦ୍ବାରା ଆପଣଙ୍କୁ ଜୀବନର ଯେକୌଣସି କ୍ଷେତ୍ରରେ ମଧ୍ୟ ପରାଜୟ ମିଳିବ ନାହିଁ ।
ସିନ୍ଦୁର ପ୍ରଦାନ
ହନୁମାନ ଭଗବାନଙ୍କ ବିଶେଷ କୃପା ପ୍ରାପ୍ତି ପାଇଁ ସିନ୍ଦୁର ଅର୍ପଣ କରାଯାଇଥାଏ ।
ଏହି ସିନ୍ଦୁର ନାରଙ୍ଗୀ ରଙ୍ଗ ହେବା ଆବଶ୍ୟକ ।
ମଙ୍ଗଳବାର ହନୁମାନଙ୍କୁ ସିନ୍ଦୁର ଅର୍ପଣ କରିବାଦ୍ବାରା ଗ୍ରହ ଦୋଷ ଦୂର ହୋଇଥାଏ ।
ଏମିତି କରିବା ଦ୍ବାରା ଦୁର୍ଘଟଣାରୁ ରକ୍ଷା ମିଳିଥାଏ ଏବଂ ଋଣମୁକ୍ତ ହୋଇଥା'ନ୍ତି ।
ଏହି ସିନ୍ଦୁର କେବଳ ପୁରୁଷ ହିଁ ଅର୍ପଣ କରିବା ଉଚିତ । ମହିଳାମାନେ ହନୁମାନଙ୍କ ପାଖରେ ଲାଲ ରଙ୍ଗର ଫୁଲ ଚଢାନ୍ତୁ..
ଚମେଲି ତେଲ
ପବନପୁତ୍ରଙ୍କୁ ଚମେଲି ତେଲ ଅର୍ପଣର ବିଦ୍ଧି ରହିଛି ।
କିନ୍ତୁ ଭୁଲରେ ମଧ୍ୟ ଏହାକୁ ବିନା ସିନ୍ଦୁରରେ ଦାନ କରନ୍ତୁ ନାହିଁ ।