ଓଡିଶା

odisha

ETV Bharat / bharat

ପୁଣି ଇଟାଲୀ ଫେରିବେ ଓଡ଼ିଶାର ପ୍ରଥମ କୋରୋନା ଆକ୍ରାନ୍ତ - first corona positive of odisha is again planning to fly italy

କାର୍ଯ୍ୟରେ ଯୋଗ ଦେବାକୁ ଇଟାଲୀ ପୁଣି ଇଟାଲୀ ଫେରିବେ ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ । ପ୍ରାୟ 7 ମାସ ପରେ ସେ ପୁନଃ କାର୍ଯ୍ୟସ୍ଥଳୀକୁ ଫେରିଯିବାକୁ ମନ ବଳାଇଛନ୍ତି। ମାର୍ଚ୍ଚ 15 ତାରିଖରେ ପ୍ରଥମ ଥର ପାଇଁ ଓଡ଼ିଶାରେ ଯୁବକ ଜଣକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଧିକ ପଢ଼ନ୍ତୁ...

ପୁଣି ଇଟାଲୀ ଫେରିବେ ଓଡ଼ିଶାର ପ୍ରଥମ କୋରୋନା ଆକ୍ରାନ୍ତ
ପୁଣି ଇଟାଲୀ ଫେରିବେ ଓଡ଼ିଶାର ପ୍ରଥମ କୋରୋନା ଆକ୍ରାନ୍ତ

By

Published : Oct 12, 2020, 11:02 PM IST

ଭୁବନେଶ୍ବର: ପୁଣି ଥରେ କାର୍ଯ୍ୟରେ ଯୋଗ ଦେବାକୁ ଇଟାଲୀ ଯିବାକୁ ପ୍ରସ୍ତୁତ ହୋଇଛନ୍ତି ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ। ନଭେମ୍ବର ମାସରେ ସେ କାର୍ଯ୍ୟରେ ଯୋଗ ଦେବାକୁ ସ୍ଥିର କରିଛନ୍ତି। କୋରୋନା ମହାମାରୀ ସମୟରେ ଯୁବକ ଜଣକ ଇଟାଲୀରୁ ଫେରିଥିଲେ। ଫେରିବା ପରେ ସେ କ୍ବାରେଣ୍ଟିନରେ ରହିବା ସହ ନିଜର କୋରୋନା ଯାଞ୍ଚ କରାଇଥିଲେ। ମାର୍ଚ୍ଚ 15 ତାରିଖରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

ପ୍ରାୟ 7 ମାସ କାର୍ଯ୍ୟରୁ ବିରତି ନେବା ପରେ ଯୁବକ ଜଣକ ପୁନଃ ଇଟାଲୀ ଫେରିଯିବାକୁ ମନ ବଳାଇଛନ୍ତି। ଇଟାଲୀର ମିଲନ ସହରର ଯୁବକ ଜଣକ କମ୍ପୁଟର ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି। ଇଟାଲୀ ଫେରିବା ନେଇ ଯୁବକ ଜଣକ କହିଛନ୍ତି ଯେ, "ମୁଁ ପ୍ରାୟ 7 ମାସ ହେଲାଣି ଘରେ ରହି କାମ କରୁଛି। ବର୍ତ୍ତମାନ ଇଟାଲୀରେ ସ୍ଥିତି ସୁଧୁରିବାରେ ଲାଗିଛି। ବହୁ ଲୋକ ନିଜ କାର୍ଯ୍ୟରେ ଯୋଗ ଦେବାକୁ ଆରମ୍ଭ କଲେଣି। ମୁଁ ମଧ୍ୟ ସେଠାକୁ ଯାଇ କାମ କରିବା ଆବଶ୍ୟକ।"

କୋରୋନାରୁ ସୁସ୍ଥ ହେବା ନେଇ ଯୁବକ ଜଣକ ନିଜର ଅନୁଭୁତି ବଖାଣିଛନ୍ତି। କୋରୋନାର ଲକ୍ଷଣ ନଥିଲେ ସୁଦ୍ଧା ସେ କୋରୋନା ଭାଇରସରେ ସଂକ୍ରମଣ ହୋଇଥିଲେ। ତେବେ କୋରୋନାରୁ ମୁକ୍ତି ପାଇବା ପରେ ମଧ୍ୟ ସେ ସବୁବେଳେ ଏହାକୁ ନେଇ ଚିନ୍ତାରେ ରହୁଥିଲେ। ଏପ୍ରିଲ 3 ତାରିଖରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ଏହାପରେ ସେ ଘରୁ ବାହାରିବା ପ୍ରାୟ ବନ୍ଦ କରିଦେଇଥିଲେ। ଏନେଇ ଯୁବକ ଜଣକ କହିଛନ୍ତି ଯେ, "ମୁଁ ଭଲ ହୋଇଯାଇଥିଲି ସତ। କିନ୍ତୁ ମନରେ ଏବେ ଭୟ ରହିଥିଲା। କାଳେ ପୁଣି ଥରେ ମୁଁ କୋରୋନା ଆକ୍ରାନ୍ତ ହୋଇ ଯିବି। ଯେତେବେଲେ ମୁଁ ଘରୁ ବାହାରକୁ ଆସିଲି ସଂକ୍ରମଣ ଭୟରେ ଲୋକେ ମୋ ପାଖ ମାଡ଼ିଲେ ନାହିଁ।"

ତେବେ ଥରେ କୋରୋନାରୁ ମୁକ୍ତି ପାଇବା ପରେ ଯୁବକଙ୍କ ଦେହରେ ଆଉ କୌଣସି ସର୍ଦ୍ଦୀ, ଥଣ୍ଡା ଲକ୍ଷଣ ଦେଖିବାକୁ ମିଳିନଥିବା ସୂଚନା ଦେଇଛନ୍ତି। ସେ କୋରୋନାରୁ ସୁସ୍ଥ ହେବା ପରେ ତାଙ୍କ ବନ୍ଧୁ ସମ୍ପର୍କୀୟ ମଧ୍ୟ କୋରୋନା ଆକ୍ରାନ୍ତ ହୋଇଛନ୍ତି। ତେବେ କୋରୋନାକୁ ନେଇ ଲୋକେ ଏବେ ସଚେତନ ହୋଇଥିବା କଥା କହିଛନ୍ତି ଯୁବକ।

ABOUT THE AUTHOR

...view details