ଓଡିଶା

odisha

ETV Bharat / bharat

ମହିଳା ବିଚାରପତିଙ୍କୁ ମିଳୁନି ନ୍ୟାୟ, ଦିଲ୍ଲୀରେ କଲେ ଗୁହାରି - odisha woman judge

ଦୁଷ୍କର୍ମ, ଯୌତୁକ ନିର୍ଯ୍ୟାତନା ଏବଂ ଏସିଡ ମାଡ ଭଳି ସମ୍ବେଦନଶୀଳ ମାମଲାରେ ଶୀଘ୍ର ନ୍ୟାୟ ଦେବା ବଦଳରେ କୋର୍ଟରେ ମାମଲା ଟାଣିବାକୁ ମହିଳା ବିଚାରପତିଙ୍କ ଉପରେ ପଡୁଛି ଚାପ । ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମହିଳା ବିଚାରପତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Sep 3, 2019, 9:00 PM IST

ହାଇଦ୍ରାବାଦ: ନ୍ୟାୟ ପାଇଁ ଗୁହାରି କଲେ ଓଡିଶାର ଜଣେ ମହିଳା ବିଚାରପତି । ଦୁଷ୍କର୍ମ, ଯୌତୁକ ନିର୍ଯ୍ୟାତନା ଏବଂ ଏସିଡ ମାଡ ଭଳି ସମ୍ବେଦନଶୀଳ ମାମଲାରେ ଶୀଘ୍ର ନ୍ୟାୟ ଦେବା ବଦଳରେ କୋର୍ଟରେ ମାମଲା ଟାଣିବାକୁ ତାଙ୍କ ଉପରେ ଚାପ ପକାଯାଉଥିବା ଅଭିଯୋଗ କରିଛନ୍ତି ସେ । ନୟାଗଡ ଜିଲ୍ଲା ବିଚାରପତି ଅଶାନ୍ତ କୁମାର ଦାସ, ବାର ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ, ସଚିବ ରଞ୍ଜୀତ ଏବଂ ଅନ୍ୟ 8 ଜଣଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମହିଳା ବିଚାରପତି ଦୀପା ଦାସ । ନୋଏଡାର ସେକ୍ଟର 29 ସ୍ଥିତ ମିଡିଆ କ୍ଲବରେ ଏଭଳି ଘଟଣାର ଖୁଲାସା କରିଛନ୍ତି ସେ ।

ସେପଟେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଧାନମନ୍ତ୍ରୀ ଏବଂ ସୁପ୍ରିମକୋର୍ଟର ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗାଇଙ୍କ ନିକଟରେ ଗୁହାରି କରିଛନ୍ତି ସେ ।

ଦୀପା ଦାସ ନୟାଗଡର ମହିଳା କୋର୍ଟରେ ଉପବିଚାରପତି ଭାବରେ କାର୍ଯ୍ୟ କରନ୍ତି । ବିଭିନ୍ନ ମାମଲାର ଶୀଘ୍ର ଶୁଣାଣି ନକରିବା ପାଇଁ ଓକିଲମାନେ ତାଙ୍କ ଉପରେ ଚାପ ପକାଉଥିଲେ । କିନ୍ତୁ ସେ ଏଭଳି ନକରିବାରୁ ସେମାନେ ଜିଲ୍ଲା ବିଚାରପତିଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ଜିଲ୍ଲା ବିଚାରପତି ଅଶାନ୍ତ କୁମାର ଦାସ ତାଙ୍କୁ ଡାକି ଆଇନଜୀବୀଙ୍କ କଥା ଶୁଣିବାକୁ କହିଥିଲେ । ତେବେ ଏହା ପରେ ମଧ୍ୟ ସେ ନମାନିବାରୁ ଆଇନଜୀବୀ ମାନେ ତାଙ୍କ ବିରୋଧରେ କୋର୍ଟରେ ବ୍ୟାନର ଲଗାଇ ଅଶ୍ଳୀଳ ଟିପ୍ପଣୀ ଲେଖିଥିବା ଅଭିଯୋଗ କରିଛନ୍ତି ଦୀପା ।

ତେବେ ଘଟଣା ସମ୍ବନ୍ଧରେ ସେ ଓଡିଶା ହାଇକୋର୍ଟ, ଦିଲ୍ଲୀର ଜାତୀୟ ମହିଳା ଆୟୋଗ, ଆଇନ ମନ୍ତ୍ରାଳୟ, ଗୃହମନ୍ତ୍ରାଳୟ, ମହିଳା ଏବଂ ବାଳ ବିକାଶ ମନ୍ତ୍ରାଳୟ, ଏପରିକି ରାଷ୍ଟ୍ରପତିଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି। କିନ୍ତୁ ତାଙ୍କୁ ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳିନଥିବା ସେ କହିଛନ୍ତି ।

ABOUT THE AUTHOR

...view details