ଓଡିଶା

odisha

ETV Bharat / bharat

'ଓଡିଶାକୁ ମିଳୁ ସ୍ବତନ୍ତ୍ର ଫୋକସ ଷ୍ଟେଟର ମାନ୍ୟତା' - ଓଡିଶାକୁ ମିଳୁ ସ୍ବତନ୍ତ୍ର ଫୋକସ ଷ୍ଟେଟର ମାନ୍ୟତା

ଓଡିଶାକୁ ସ୍ବତନ୍ତ୍ର ଫୋକସ ଷ୍ଟେଟ ମାନ୍ୟତା ପ୍ରଦାନ କରିବା ପାଇଁ ସଂସଦରେ ଦାବି କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଶୁଣନ୍ତୁ ସେ କ'ଣ କହିଛନ୍ତି...

special-focus-state
ଫଟୋ ସୌଜନ୍ୟ: ରାଜ୍ୟସଭା ଟିଭି

By

Published : Dec 6, 2019, 3:24 PM IST

ନୂଆଦିଲ୍ଲୀ: ଓଡିଶାକୁ ସ୍ବତନ୍ତ୍ର ଫୋକସ ଷ୍ଟେଟ ମାନ୍ୟତା ପ୍ରଦାନ କରିବା ପାଇଁ ସଂସଦରେ ଦାବି କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଓଡିଶା ପରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ରାଜ୍ୟକୁ ସ୍ବତନ୍ତ୍ର ଫୋକସ ରାଜ୍ୟର ମାନ୍ୟତା ଦେଇ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ସ୍ବତନ୍ତ୍ର ରାଜ୍ୟ ଭଳି ସୁବିଧା ସୁଯୋଗ ଦିଆଯାଉ ବୋଲି ରାଜ୍ୟସଭାରେ କହିଛନ୍ତି ସେ ।

ଭିଡିଓ ସୌଜନ୍ୟ: ରାଜ୍ୟସଭା ଟିଭି

ଓଡିଶା କ୍ରମାଗତ ଭାବେ ପ୍ରାକୃତିକ ଦୁର୍ବିପାକର ଶିକାର ହେଉଛି । ଯାହା ଫଳରେ ରାଜ୍ୟକୁ ଭାରି ମାତ୍ରାରେ ଅର୍ଥ ନୈତିକ କ୍ଷତି ସହିବାକୁ ପଡୁଛି । ତେଣୁ ରାଜ୍ୟକୁ ସ୍ବତନ୍ତ୍ର ଫୋକସ ଷ୍ଟେଟ ମାନ୍ୟତା ମିଳୁ ବୋଲି ସସ୍ମିତ ପାତ୍ର କହିଛନ୍ତି । ଏହା ସହିତ ଓଡିଶା ପରି ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ରାଜ୍ୟଗୁଡିକୁ ମଧ୍ୟ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ସ୍ବତନ୍ତ୍ର ଫୋକସ ରାଜ୍ୟ ଭାବେ ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଛନ୍ତି ସେ । ଏହାଦ୍ବାରା ଭିତ୍ତିଭୂମିର ପୁନରୁଦ୍ଧାର, ପୁନଃନିର୍ମାଣ ଓ ଜୀବନଜୀବିକାର ବିକାଶ ସହଜସାଧ୍ୟ ହେବ । ଏହାଦ୍ବାରା କେବଳ ଓଡିଶା ନୁହେଁ, ଚିରାଚରିତ ଭାବେ ପ୍ରାକୃତିକ ଦୁର୍ବିକାର ଶିକାର ହେଉଥିବା ଅନ୍ୟ ରାଜ୍ୟଗୁଡିକ ମଧ୍ୟ ଉପକୃତ ହେବେ ବୋଲି ସସ୍ମିତ ପାତ୍ର କହିଛନ୍ତି।

ABOUT THE AUTHOR

...view details