ନୂଆଦିଲ୍ଲୀ: ପାରାଦ୍ବୀପ ପୋର୍ଟକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରାଯିବାକୁ ରାଜ୍ୟସଭାରେ ଦାବି କଲେ ବିଜେଡି ସାଂସଦ ସୁବାସ ସିଂ । ଆଜି ରାଜ୍ୟସଭାରେ ପୋର୍ଟ ପ୍ରାଧିକରଣ ବିଧେୟକ-2020 ଉପରେ ଆଲୋଚନା କରି ସେ ଏପରି କହିଛନ୍ତି । ଏହା ସହ ବିଜେଡି ଏହି ବିଧେୟକକୁ ସମର୍ଥନ କରୁଥିବା ସାଂସଦ କହିଛନ୍ତି ।
‘ପାରାଦ୍ବୀପ ପୋର୍ଟକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରାଯାଉ’ - BJD demands to rename paradeep port
ପାରାଦ୍ବୀପ ପୋର୍ଟକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ଦାବି କଲା ବିଜେଡି । ଅଧିକ ପଢନ୍ତୁ...
ସାଂସଦ ସୁବାସ ସିଂ
ସେହିପରି ପାରାଦ୍ବୀପ ପୋର୍ଟରୁ କେନ୍ଦ୍ର ସରକାର ଅଧିକ ଲାଭ ପାଉଥିବାବେଳେ ଏଠାରେ ଉନ୍ନତିମୂଳକ କାର୍ଯ୍ୟ କରୁନଥିବା ସେ ଅଭିଯୋଗ କରିଛନ୍ତି । ସିଆରଏସ ପାଣ୍ଠିରେ ପାରାଦ୍ବୀପରେ କୌଣସି ଉନ୍ନତି ହେଉନଥିବା ମଧ୍ୟ ସେ ଦର୍ଶାଇଛନ୍ତି । ଏଥିପ୍ରତି ମନ୍ତ୍ରୀ ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି ।
ତେବେ ଶେଷରେ ଏହି ବିଲକୁ ସମର୍ଥନ କରିବା ସହ ପାରାଦ୍ବୀପ ପୋର୍ଟକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ସାଂସଦ ଦାବି କରିଛନ୍ତି ।